ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ପୁଣି ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର ୫୦୦୯ କୁ ପକ୍ଷୀ ଧକ୍କା ଦେବା ଯୋଗୁଁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ବିମାନରେ ୧୭୫ ଜଣ ଯାତ୍ରୀ ଥିଲେ । ଅବତରଣ ପରେ ଯାତ୍ରୀମାନେ ସୁରକ୍ଷିତ ଭାବରେ ପାଟନା ବିମାନବନ୍ଦରରେ ଅବତରଣ କରିଥିଲେ ।

IndiGo flight

ଖବର ମୁତାବକ, ପାଟନାରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ୫୦୦୯ ରେ ପକ୍ଷୀ ମାଡ଼ ହୋଇଥିଲା । ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏହି ବିମାନରେ ୧୭୫ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ ।

ଇଣ୍ଡିଗୋ ବିମାନଟି ସକାଳ ପ୍ରାୟ ୯.୩୦ ରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବାର କିଛି ମିନିଟ୍ ପରେ ବିମାନରେ ଏକ ପକ୍ଷୀ ସହିତ ମାଡ଼ ହୋଇଥିଲା । ପକ୍ଷୀ ମାଡ଼ ପରେ ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ATC) ସହିତ ଯୋଗାଯୋଗ କରି ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ । ସକାଳ ୧୦ ରେ ବିମାନଟି ସୁରକ୍ଷିତ ଭାବରେ ପାଟନା ବିମାନବନ୍ଦରରେ ଅବତରଣ କରାଯାଇଥିଲା ।

ତେବେ ପାଇଲଟଙ୍କ ବିଚକ୍ଷଣ ବୁଦ୍ଧି ଏବଂ ଶୀଘ୍ର ନିଷ୍ପତ୍ତି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଗଲା । ବିମାନକୁ ଜୟ ପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦର ପାଟନାରେ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା । ଇଞ୍ଜିନିୟରମାନେ ବିମାନକୁ ମରାମତି କରୁଛନ୍ତି ଏବଂ କ୍ଷତି ଆକଳନ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+