ଇଣ୍ଡିଗୋ ବିମାନକୁ ବୋମା ଧମକ, ନାଗପୁରରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ
ଇଣ୍ଡିଗୋ ବିମାନକୁ ବୋମା ଧମକ । ବୋମା ଭୟ ପରେ ବିମାନର ଜରୁରୀ ଅବତରଣ କଲା ବିମାନ । ମହାରାଷ୍ଟ୍ରର ନାଗପୁରରେ ଇଣ୍ଡିଗୋ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିବା ସୂଚନା ମିଳିଛି । ବୋମା ଭୟ ପରେ ଜରୁରୀ ଅବତରଣ କରାଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ବିମାନଟି କୋଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ବୋମାମାଡ଼ର ଧମକ ମିଳିଥିବା ସୂଚନା ରହିଛି ।
ତେବେ ବିମାନର ନମ୍ବର ସହ ବୋମା ଧମକ ମିଳିଥିବାରୁ ପ୍ରୋଟକଲ ଅନୁସାରେ ଜରୁରୀ ବୈଠକ କରି ତଦନ୍ତ ଆରମ୍ଭ ହୋଇଛି । ଗତ ଶୁକ୍ରବାର ମଧ୍ୟ ଥାଇଲାଣ୍ଡରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା । ଏଆଇ-୩୭୯ ବମାନକୁ ବୋମା ଧମକ ମିଳିବା ପରେ ୧୫୬ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବିମାନର ଜରୁରୀ ଅବତରଣ ହୋଇଥିଲା ।

ଗତକାଲି ଜର୍ମାନୀର ଲୁଫଥାନସା ଫ୍ଲାଇଟ ଫ୍ରାଙ୍କଫର୍ଟରୁ ଉଡାଣ ଭରିବାର କିଛି ଘଣ୍ଟା ପରେ ବୋମା ଧମକ ମିଳିଥିଲା । ହାଇଦ୍ରାବାଦରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ଏହି ବିମାନ ଜର୍ମାନୀକୁ ଫେରି ଯାଇଥିବା ସୂଚନା ରହିଛି । ମଝି ଆକାଶରୁ ୟୁ-ଟର୍ଣ୍ଣ ମାରିଥିଲା ବିମାନ ।
ସେପଟେ ଅହମଦାବାଦରେ ମଧ୍ୟ ଆଜି ଏୟାର ଇଣ୍ଡିଆର ବିମାନର ଉଡାଣ ରଦ୍ଦ କରାଯାଇଛି । ବିମାନ ଦୁର୍ଘଟଣା ପର ଠାରୁ ଏୟାର ଇଣ୍ଡିଆର ଆଉ କୌଣସି ବିମାନ ଲଣ୍ଡନ ଅଭିମୁଖେ ଅହମଦାବାଦରୁ ଯାତ୍ର କରିନଥିଲା । ଏଆଇ-୧୭୧ ଦୁର୍ଘଟଣା ହେବା ପରେ ତାକୁ ସେବାରୁ ହଟାଇ ଦିଆଯାଇ ତା ଜାଗାରେ ଏଆଇ-୧୫୯କୁ ନିୟୋଜିତ କରାଯାଇଥିଲା ଏବଂ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଆଜି ୧.୧୦ରେ ବିମାନର ଉଡାଣ ଭରିବାକୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଉଡାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ଉଡାଣକୁ ରଦ୍ଦ କରାଯାଇଛି ।












Click it and Unblock the Notifications