Get Updates
Get notified of breaking news, exclusive insights, and must-see stories!

ଏହି କାରଣରୁ ଇଣ୍ଡିଗୋ ଦେବ ୧.୨୦ କୋଟି ଫାଇନ୍

Indigo Fined 1.5 cr: ରନୱେରେ ବସି ରାତ୍ରିଭୋଜନ କଲେ ଯାତ୍ରୀ, ଇଣ୍ଡିଗୋ ଦେବ ୧.୨୦ କୋଟି ଫାଇନ୍ । ୩୦ ଦିନ ଭିତରେ ଫାଇନ୍ ଦେହାକୁ ଇଣ୍ତିଗୋକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏଥିସହ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡକୁ ମଧ୍ୟ ୯୦ ଲକ୍ଷ ଟଙ୍କା ଜରିମାନ କରାଯାଇଛି ।

ଜାନୁଆରୀ ୧୪ ତାରିଖ ଦିନ ଦିଲ୍ଲୀ ଟେକ୍ ଇଫ୍ କରିଥିବା ଇଣ୍ତିଗୋ ପ୍ଲାଇଟ୍ ଘନ କୁହୁଡି ପାଇଁ ଦିଲ୍ଲୀ ବିମାନ ବନ୍ଦର ବଦଳରେ ମୁମ୍ବାଇ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ଏହା ପୂର୍ବରୁ ବିମାନଟି ପ୍ରାୟ ୧୮ ଘଣ୍ଟା ବିଳମ୍ବ ହୋଇଥିଲା । ଦିଲ୍ଲୀ ବଦଳରେ ମୁମ୍ବାଇରେ ବିମାନ ପହଞ୍ଚିବା ପରେ ଯାତ୍ରୀମାନେ କ୍ରୋଧରେ ତଳେ ବସି ମୁମ୍ବାଇ ବିମାନବନ୍ଦରରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ହୋଇଥିଲା ।

Indigo Fined 1.5 cr

ଯେଉଁ ଘଟଣା ପାଇଁ ଇଣ୍ତିଗୋ ଏୟାରଲାଇନ୍ସକୁ ୩୦ ଦିନ ମଧ୍ୟରେ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳଚଳ ମନ୍ତ୍ରାଳୟ । ଏହାସହ ମୁମ୍ବାଇ ଇଣ୍ଟରନ୍ୟାସନାସ ଏୟାରପୋର୍ଟ ସିମିଟେଡକୁ ମଧ୍ୟ ୯୦ ଲକ୍ଷ ଟଙ୍କା ଜରିମାନ କରାଯାଇଛି । ବେସାମରିକ ବିମାନ ଚଳାଚଶ ନିର୍ଦ୍ଦେଶାଳୟ ଏବଂ ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନକୁ ସିକ୍ୟୁରିଟି ଦ୍ୱାରା ଏହି ଜରିମାନା ଲାଗୁ କରାଯାଇଛି । ଏହା ସହ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି । ସେହିପରି ଲୋ-ଭିଜିବିଲିଟିରେ ବିମାନ ଉଡାଣର ତାଲିମ ପାଇନଥିବା ପାଇଲଟଙ୍କୁ ନିୟୋଜିତ କରିଥିବାରୁ ଏୟାର ଇଣ୍ତିଆ ଓ ସ୍ପାଇସଜେଟକୁ ମଧ୍ୟ ୩୦ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି ।

ସୂଚନାଥାଉ ଯେ, ରବିବାର ଦିନ ଗୋଆରୁ ଦିଲ୍ଲୀ ଟେକ୍ ଇଫ୍ କରିଥିବା ଇଣ୍ତିଗୋ ପ୍ଲାଇଟ୍ ଘନ କୁହୁଡି ପାଇଁ ଦିଲ୍ଲୀ ବିମାନ ବନ୍ଦର ବଦଳରେ ମୁମ୍ବାଇ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ଏହା ପୂର୍ବରୁ ବିମାନଟି ପ୍ରାୟ ୧୮ ଘଣ୍ଟା ବିଳମ୍ବ ହୋଇଥିଲା । ଦିଲ୍ଲୀ ବଦଳରେ ମୁମ୍ବାଇରେ ବିମାନ ପହଞ୍ଚିବା ପରେ ଯାତ୍ରୀମାନେ କ୍ରୋଧରେ ତଳେ ବସି ମୁମ୍ବାଇ ବିମାନବନ୍ଦରରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା।

ଏହାପୂର୍ବରୁ ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ବିଳମ୍ବ ହେବା କରାଣରୁ ପାଇଲଟଙ୍କୁ ମୁଥା ମାରୁଥିବାର ଦେଖିବା ପାଇଁ ମିଳିଥିଲା । ତେବେ ଉକ୍ତ ବ୍ୟକ୍ତି ଜଣକ ହନିମୁନ୍ ପାଇଁ ଦିଲ୍ଲୀରୁ-ଗୋଆକୁ ଯାଉଥିବା ନେଇ ସୂଚନା ରହିଛି । ବିମାନ ବିଳମ୍ବ ହେବାରୁ ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ସେ ଏୟାରପୋର୍ଟରେ ଅଟକି ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+