୬ ଦିନ ଧରି ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ, ଚିନ୍ତାରେ ଯାତ୍ରୀ
ଲଗାତାର ୬ ଦିନ ଧରି ଜାରି ରହିଛି ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ ଅଚଳାବସ୍ଥା । ରବିବାର (ଡିସେମ୍ବର ୭) ଇଣ୍ଡିଗୋ ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ ୨୩୦୦ ବିମାନ ଉଡାଣ କରିବାକୁ ଥିବାବେଳେ ଏଥିରୁ ୬୫୦ଟି ବିମାନକୁ ବାତିଲ କରାଯାଇଛି। ୧୬୫୦ ବିମାନ ଉଡାଣ ଠିକ୍ ସମୟରେ ହୋଇପାରିଛି। ବିମାନ ଚଳାଚଳକୁ ସ୍ବାଭାବିକ କରିବା ଲାଗି ବିମାନ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବାବେଳେ ଏଥିରେ ବିଫଳ ହୋଇଛି।

ତେବେ ୨୪ ଘଣ୍ଟା ମଧ୍ୟରେ କମ୍ପାନୀ ଏହାର ୯୫% ରୁଟ୍ରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଧାରି ପାରିଛି। ଗତକାଲିର ଅନ୍ ଟାଇମ୍ ପରଫରମାନ୍ସ ୩୦% ରହିଥିବାବେଳେ ରବିବାର ଏହା ୭୫%କୁ ବୃଦ୍ଧି ପାଇଛି। ଇତିମଧ୍ୟରେ ଇଣ୍ଡିଗୋ ଯାତ୍ରୀଙ୍କ ଟିକଟ ବାବଦକୁ ୬୧୦ କୋଟି ଟଙ୍କା ଫେରସ୍ତ କରିଛି। ଏହା ସହିତ ଲଗେଜ ଫେରାଇବା ଲାଗି ପ୍ରକ୍ରିୟା ଚଳାଇଛି। ରବିବାର ବାତିଲ ହୋଇଥିବା ଇଣ୍ଡିଗୋ ବିମାନ ମଧ୍ୟରେ ହାଇଦରାବାଦର ରାଜୀବ ଗାନ୍ଧୀ
ଆନ୍ତର୍ଜାତିକ ବିମାନ ବନ୍ଦରର ସର୍ବାଧିକ ୧୧୫ଟି ବିମାନ ରହିଛି। ଏଥିରୁ ୫୪ଟି ବିମାନ ଅବତରଣ କରିବାକୁ ଥିବାବେଳେ ୬୧ଟି ଉଡାଣ କରିବାକୁ ଥିଲା। ମୁମ୍ବଇରୁ ଉଡାଣ ଓ ଅବତରଣ କରିବାକୁ ଥିବା ୧୧୨ଟି ବିମାନ, ଦିଲ୍ଲୀରୁ ୧୦୯, କଲକାତାରୁ ୭୬ଟି, ଅହମ୍ମଦାବାଦରୁ ୨୦ଟି, ପୁଣେରୁ ୨୫ଟି, ଅଗରତାଲାରୁ ୬ଟି ଓ ତ୍ରିଚିରୁ ୧୧ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ କରାଯାଇଛି। ତେବେ ପୂର୍ବ ଦିନ ଅପେକ୍ଷା ଇଣ୍ଡିଗୋର ବିମାନ ବାତିଲ ସଂଖ୍ୟାରେ ଉନ୍ନତି ଆସୁଥିବା ଜଣାଯାଇଛି। କାରଣ ଶୁକ୍ରବାର ୧୦୦୦ରୁ ଅଧିକ ବିମାନ ବାତିଲ କରାଯାଇଥିବାବେଳେ ଶନିବାର ୮୫୦ ବିମାନ ବାତିଲ କରାଯାଇଥିଲା।
ଅନ୍ୟପଟେ ଇଣ୍ଡିଗୋର ବିମାନ ଚଳାଚଳରେ ଅଚଳାବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମାଧାନ କରିବା ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (DGCA) ଅନେକ ପଦକ୍ଷେପ ନେଇଛି। ଯେପରିକି ବିମାନ ଭଡାକୁ ନିୟନ୍ତ୍ରଣ କରିବା, ଯାତ୍ରୀଙ୍କ ଭଡା ଅର୍ଥ ଓ ଲଗେଜ ଫେରିପାରିବା ନେଇ ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ ପାଇଲଟ୍ ଓ କର୍ମଚାରୀ ଅଭାବକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସରେ ୬ଦିନ ହେଲା ଅଚଳାବସ୍ଥା ଦେଖାଯାଇଛି। କର୍ମଚାରୀ ଅଭାବକୁ ନେଇ ଏୟାରଲାଇନ ଏହାର ହଜାର ହଜାର ବିମାନ ବାତିଲ କରିବାକୁ ବାଧ୍ୟ ହୋଇଛି।
-
ପାକିସ୍ତାନରେ ୨ ଦିନିଆ ଲକଡାଉନ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ





Click it and Unblock the Notifications