Get Updates
Get notified of breaking news, exclusive insights, and must-see stories!

୧୫ରୁ ସ୍ବାଭାବିକ ହେବ ସ୍ଥିତ, ଘୋଷଣା କଲେ ଇଣ୍ଡିଗୋ ସିଇଓ

ଇଣ୍ଡିଗୋ ବିମାନ ଚଳାଚଳକୁ ନେଇ ସୃଷ୍ଟି ହୋଇଥିବା ଗୁରୁତର ସମସ୍ୟା ମଧ୍ୟରେ କମ୍ପାନୀର ସିଇଓ ପିଟର ଏଲବର୍ସ ଶୁକ୍ରବାର ସନ୍ଧ୍ୟାରେ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ଆଜି ୧୦୦୦ ରୁ ଅଧିକ ବିମାନ ବାତିଲ କରାଯାଇଛି । ବିମାନ ବାତିଲ ଦୃଷ୍ଟିରୁ ଏହା ସର୍ବାଧିକ । ଦେଶର ସର୍ବବୃହତ୍ତ ବିମାନ କମ୍ପାନୀ ଶୁକ୍ରବାର ଦିନ ଏହାର ଦୈନିକ ବିମାନ ଉଡ଼ାଣର 'ଅଧାରୁ ଅଧିକ' ବାତିଲ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଶନିବାର ଅନେକ ଯାତ୍ରୀଙ୍କ ପାଇଁ ଖରାପ ଖବର ଆଣିବ । କାରଣ ଏହି ସଙ୍କଟ ଜାରି ରହିବ । କିନ୍ତୁ ବାତିଲ ସଂଖ୍ୟା ୧,୦୦୦ରୁ ହ୍ରାସ ପାଇବ।

IndiGo CEO

ସେ କହିଛନ୍ତି ଯେ, ଡିସେମ୍ବର ୧୦ ରୁ ୧୫ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହୋଇଯିବ। ଗତ କିଛି ଦିନ ଧରି ଇଣ୍ଡିଗୋର ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି ଏବଂ ଡିସେମ୍ବର ୫ ତାରିଖ ସବୁଠାରୁ ଖରାପ ଦିନ ଥିଲା । ସେହି ଦିନ ୧୦୦୦ ରୁ ଅଧିକ ବିମାନ ଚଳାଚଳ ବାତିଲ କରିବାକୁ ପଡିଥିଲା ।

ସେ କହିଛନ୍ତି, 'ମୁଁ ଏବଂ ସମଗ୍ର ଇଣ୍ଡିଗୋ ଟିମ୍ ସମସ୍ତ ଯାତ୍ରୀଙ୍କୁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛୁ । ଆପଣ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ଆମେ ନେଉଛୁ। ପରିସ୍ଥିତିକୁ ସୁଧାରିବା ପାଇଁ ଆମେ ତିନୋଟି ପ୍ରମୁଖ ପଦକ୍ଷେପ ନେଉଛୁ।ଗ୍ରାହକମାନଙ୍କୁ ସଠିକ୍ ସୂଚନା ପ୍ରଦାନ କରିବା ଏବଂ ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପଦକ୍ଷେପ ନେଉଛୁ । ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ମାଧ୍ୟମରେ ଯୋଗାଯୋଗ କରାଯାଉଛି ।'

ସେ ଆହୁରି କହିଛନ୍ତି, 'ରିଫଣ୍ଡ, ବାତିଲ ଏବଂ ସହାୟତା ସମ୍ପର୍କରେ ବିସ୍ତୃତ ସୂଚନା ଜାରି କରାଯାଇଛି। ଅଧିକ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କଲ୍ ସେଣ୍ଟରର କ୍ଷମତା ବୃଦ୍ଧି କରାଯାଇଛି । ଗତକାଲି ପ୍ରମୁଖ ବିମାନ ବନ୍ଦରରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଉପରେ ଧ୍ୟାନ ଦିଆଯାଉଛି । ଯେଉଁମାନଙ୍କର ବିମାନ ବାତିଲ ହୋଇଛି, ସେମାନଙ୍କୁ ବିମାନବନ୍ଦରକୁ ନଆସିବାକୁ ଅନୁରୋଧ କରାଯାଉଛି। ଆପଣଙ୍କୁ ଏନେଇ ସୂଚିତ କରାଯିବ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+