Get Updates
Get notified of breaking news, exclusive insights, and must-see stories!

ସଂସଦୀୟ କିମିଟି ଆଗରେ ହାଜର ହେଲା ଇଣ୍ଡିଗୋ ଓ ଡିଜିସିଏ, ହେଲେ ଦେଇପାରିଲେନି ସନ୍ତୋଷଜନକ ଉତ୍ତର

ଇଣ୍ଡିଗୋ ବିମାନ ସଙ୍କଟ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ସଂପର୍କିତ ସଂସଦୀୟ କମିଟି ଆଗରେ ହାଜର ହୋଇଛି ଇଣ୍ଡିଗୋ ଓ ଡିଜିସିଏ। ଏହି ସମୟରେ କମିିଟି ପକ୍ଷରୁ ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର କମ୍ପାନି ଦେଇପାରିନଥିଲା । ସୂତ୍ର ଅନୁଯାୟୀ, ଇଣ୍ଡିଗୋର ଉତ୍ତରରେ ସଂସଦୀୟ କମିଟି ସନ୍ତୁଷ୍ଟ ହୋଇନାହିଁ । ଡିଜିସିଏ ଏବଂ ଇଣ୍ଡିଗୋ ଅଧିକାରୀମାନେ ସଂସଦୀୟ କମିଟି ସମ୍ମୁଖରେ ହାଜର ହୋଇଥିଲେ। ଏହି ସମୟରେ, ସେମାନେ କମିଟିର ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। କମିଟି ସେମାନଙ୍କୁ ୧୫ ଦିନ ପରେ ପୁଣି ହାଜର ହେବାକୁ କହିଛି।

ଇଣ୍ଡିଗୋ ପକ୍ଷରୁ ସିଓଓଙ୍କ ନେତୃତ୍ୱରେ ଅଧିକାରୀଙ୍କ ଏକ ଦଳ କମିଟି ସମ୍ମୁଖରେ ହାଜର ହୋଇଥିବା ବେଳେ ଡିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସଚିବ ସମୀର କୁମାର ସିହ୍ନା ହାଜର ହୋଇଥିଲେ। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ସ୍ପାଇସଜେଟ୍ ଏବଂ ଆକାଶର ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ଡିସେମ୍ବର ୨ ତାରିଖରୁ ଇଣ୍ଡିଗୋ ଦେଶବ୍ୟାପୀ ଶହ ଶହ ଉଡ଼ାଣକୁ କିଛି ଦିନ ପାଇଁ ବାତିଲ କରିଥିଲା।

indigo

ସୂତ୍ର ଅନୁଯାୟୀ, ବୈଠକରେ କିଛି ସଦସ୍ୟ ପଚାରିଥିଲେ ଯେ ସଂଶୋଧିତ ଉଡ଼ାଣ ଡ୍ୟୁଟି ସମୟ ସୀମା (FDTL) ନିୟମ ଲାଗୁ ହେବା ପରେ ମନ୍ତ୍ରଣାଳୟ ଏପରି ପରିସ୍ଥିତିକୁ ପରିଚାଳନା କରିବାକୁ ପ୍ରସ୍ତୁତ ଥିଲା କି ଅଥବା ଇଣ୍ଡିଗୋ ନୂତନ ପାଇଲଟ୍ ଡ୍ୟୁଟି ବ୍ୟବସ୍ଥାରୁ ଛାଡ଼ ପାଇବା ପାଇଁ ଚାପ ରଣନୀତି ଭାବରେ ଏହାକୁ ଗ୍ରହଣ କରୁଛି କି? ଇଣ୍ଡିଗୋ ଏବଂ ଡିଜିସିଏର ପ୍ରତିନିଧିମାନେ ଏହାର ସନ୍ତୋଷଜନକ ଉତ୍ତର ଦେଇ ନଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+