ଅମୃତସର ବଦଳରେ ପାକିସ୍ତାନ ଚାଲିଗଲା ଇଣ୍ତିଗୋ ବିମାନ
ନୂଆଦିଲ୍ଲୀ: ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଏକ ଇଣ୍ତିଗୋ ଏୟାରଲାଇନର ବମାନ ପାକିସ୍ତାନ ଆଡକୁ ଚାଲିଯାଇଥିଲା ହେଲେ କିଛି ସମୟ ପରେ ବିମାନଟି ପୁଣି ସୁରକ୍ଷିତ ଭାରତକୁ ଫେରିଆସିଛି । ତେବେ ଖରାପ ପାଗ ଯୋଗୁଁ ଏପରି ଘଟଣା ଘଟିଥିବା ନେଇ ସୂଚନା ରହିଛି ।
ଏହି ଘଟଣା ଜୁନ୍ 10ରେ ଘଟିଥିଲା ଖରାପ ପାଗ ଯୋଗୁଁ ଇଣ୍ଡିଗୋ ବିମାନ ସାମୟିକ ଭାବେ ପାକିସ୍ତାନର ଆକାଶରେ ପ୍ରବେଶ କରିଥିଲା। ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ଶନିବାର ରାତି 7:30 ସମୟରେ ଲାହୋରର ଉତ୍ତରରେ ପ୍ରବେଶ କରି ରାତି 8:01 ରେ ଭାରତକୁ ଫେରିଆସିଥିଲା ।

ବିମାନ 6e-645 ଅମୃତସରରୁ ପ୍ରାୟ ୭.୩୦ ସମୟରେ ଇଣ୍ତିଗୋ ବିମାନ ଭୁଲବଶତଃ ଲହୋରରେ ପ୍ରବେଶ କରି ରାତି ୮. ୦୧ ମିନିଟରେ ପୁଣି ଭାରତ ଫେଇଆସିଥିଲା । ଫ୍ଲାଇଟଟି ଅହମ୍ମଦାବାଦରେ ନିରାପଦରେ ଅବତରଣ କରିଛି ।
ANI ସୂଚନା ଅନୁସାରେ, ଖରାପ ପାଗ ଯୋଗୁଁ ଗତକାଲି ଇଣ୍ଡିଗୋ ବିମାନ ପାକିସ୍ତାନର ଆକାଶରେ ପ୍ରବେଶ କରିଥିଲା । ଏହି ବିମାନଟି ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିଲା । ଏନେଇ ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରରାଧିକରଣ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଖରାପ ପାଗରେ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ଅନୁମତି ଦିଆଯାଉଥିବାରୁ ଏହା କିଛି ନୂଆ ନୁହେଁ ।












Click it and Unblock the Notifications