୩୦ ଲକ୍ଷ ଟଙ୍କା ଜରିମାନା ଭରିବ ଇଣ୍ଡିଗୋ ଏୟାରଲାଇନ୍ସ
Indigo Airlines News: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ 30 ଲକ୍ଷ ଟଙ୍କା ଆର୍ଥିକ ଜରିମାନା ଲଗାଇଛି । DGCA ଆବଶ୍ୟକତା ଏବଂ OEM ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନଙ୍କର ଡକ୍ୟୁମେଣ୍ଟ ଏବଂ ପ୍ରକ୍ରିୟାରେ ସଂଶୋଧନ କରିବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବାସ୍ତବରେ, ଇଣ୍ଡିଗୋ ଏୟାରଲାଇନ୍ସ 2023 ମସିହାରେ ଛଅ ମାସ ମଧ୍ୟରେ A321 ବିମାନରେ ଚାରିଟି ଟେଲ୍ ଷ୍ଟ୍ରାଇକ୍ ଘଟଣାର ସମ୍ମୁଖୀନ ହୋଇଥିଲା । ଡିଜିସିଏ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସର ଉପରେ ଏକ ସ୍ୱତନ୍ତ୍ର ଅଡିଟ୍ କରାଯାଇଥିଲା । ଅପରେସନ୍, ଟ୍ରେନିଂ, ଇଞ୍ଜିନିୟରିଂ ଏବଂ ଫ୍ଲାଇଟ୍ ଡାଟା ମନିଟରିଂ ପ୍ରୋଗ୍ରାମ ଉପରେ ସେମାନଙ୍କର ଡକ୍ୟୁମେଣ୍ଟେସନ୍ ଏବଂ ପ୍ରକ୍ରିୟାର ସମୀକ୍ଷା କରାଯାଇଥିଲା ।
DGCA has imposed a financial penalty of Rs 30 lakhs on IndiGo Airlines and also directed them to amend their documents and procedures in line with DGCA requirements and OEM guidelines: DGCA pic.twitter.com/9n2tHMtKjQ
— ANI (@ANI) July 28, 2023
ସୂଚନାଥାଉ ଯେ, ଏହି ସମୀକ୍ଷା ବେଳେ ମିଳିଥିବା ତୃଟି ଆଧାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ତିଗୋ ଏୟାର ଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନ ଲଗାଇଛି ।












Click it and Unblock the Notifications