କର୍ଣ୍ଣାଟକରେ ୨୨, ତେଲେଙ୍ଗାନାରେ ୫ ଆସନ ବିଜେପି କରିବ କବ୍ଚା! ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ଏବେ ରାଜନୈତିକ ମାହୋଲ ରହିଛି ବେସ ସରଗରମ । ସବୁ ରାଜନୈତିକ ଦଳ ଗୁଡ଼ିକ ହୋଇଛନ୍ତି ଫୁଲ ତୟାର । ଆଉ ଏହାରି ଭିତରେ ଏକ ବଡ଼ ରିପୋର୍ଟ ପ୍ରକାଶ ପାଇଛି । ଗତ ଥର ପରି ଏଥର ବି କର୍ଣ୍ଣାଟକରେ ବିଜେପି କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିବ । କିନ୍ତୁ ଗତ ଥର ୨୫ଟି ଆସନ ଜିତିଥିବାବେଳେ ଏଥର ତାହା ୨୨କୁ ଖସି ଆସିବ । ଆଉ ଏଭଳି ପୂର୍ବାନୁମାନ କରିଛି ଇଣ୍ଡିଆଟିଭି-ସିଏନଏକ୍ସ ପୋଲ୍ ।

୨୦୧୯ ନିର୍ବାଚନରେ ବିଜେପି ଏହି ଦକ୍ଷିଣ ରାଜ୍ୟରେ ଥିବା ମୋଟ ୨୮ଟି ଲୋକସଭା ଆସନରୁ ୨୫ଟିରେ ବିଜୟୀ ହୋଇଥିଲା । ଗତ ନିର୍ବାଚନରେ କର୍ଣ୍ଣାଟକ ବିଜେପିକୁ ୩୦୦ ଟପାଇଥିଲା । ଏଥର ମଧ୍ୟ କର୍ଣ୍ଣାଟକରୁ ବିଜେପିର ବହୁତ ଆଶା ରହିଛି । କିନ୍ତୁ ରାଜ୍ୟରେ କଂଗ୍ରେସର ସରକାର ରହିଛି । ରାହୁଲ ଗାନ୍ଧି ମଧ୍ୟ କର୍ଣ୍ଣାଟକ ଉପରେ ଆଶା ରଖିଛନ୍ତି । ଆଉ ଏକ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାର ମତାମତ ସର୍ଭେ ପ୍ରକାଶ ପାଇଛି ।

bjp

ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିୟନ ପୋଲ ଅନୁଯାୟୀ, ତେଲେଙ୍ଗାନାର ମୋଟ ୧୭ଟି ଆସନ ମଧ୍ୟରୁ ୫ଟି ଆସନ ଭାରତୀୟ ଜନତା ପାର୍ଟିର ଆକାଉଣ୍ଟକୁ ଯାଉଥିବା ଦେଖିବାକୁ ମିଳିଛି । ଏହା ସହ ୨ଟି ଆସନ ଭାରତ ରାଷ୍ଟ୍ର କମିଟି (ବିଆରଏସ)ର ଖାତାକୁ ଯାଉଥିବା ଦେଖିବାକୁ ମିଳିଛି । ସେହିପରି ରାଜ୍ୟରେ କଂଗ୍ରେସ ୯ଟି ଆସନ ରେ ବିଜୟୀ ହେବ ବୋଲି ପୂର୍ବାନୁମାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+