ସାମୁଦ୍ରିକ ଯୋଗାଯୋଗରେ ଭାରତର ଦୃଷ୍ଟିକୋଣକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି: ପିଏମ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସ୍ୱତନ୍ତ୍ର, ଉନ୍ମୁକ୍ତ ଏବଂ ସୁରକ୍ଷିତ ସାମୁଦ୍ରିକ ଯୋଗାଯୋଗରେ ଭାରତର ଦୃଷ୍ଟିକୋଣକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ସାଗର ମନ୍ଥନ ଦ ଓସେନ୍ସ ଡାଏଲଗ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିଥିବାରୁ ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟର ଉଦ୍ୟମକୁ ଶ୍ରୀ ମୋଦୀ ପ୍ରଶଂସା କରିବା ଅବସରରେ ଏହା କହିଛନ୍ତି ।

ସେ କହିଛନ୍ତି, ସାଗର ମନ୍ଥନର ସଫଳତା ଅବସରରେ ଭବିଷ୍ୟତରେ ସାମୁଦ୍ରିକ ବାଣିଜ୍ୟ କାରବାରରେ ଭାଗିଦାରୀତା ବୃଦ୍ଧି ପାଇବାର ଆଶା ସଞ୍ଚାର ହୋଇଛି । ଶ୍ରୀ ମୋଦୀ କହିଛନ୍ତି, ଏହି ସାଗର ମନ୍ଥନ ଅଭିଯାନର ଉଦ୍ଦେଶ୍ୟ ହେଉଛି ଭବିଷ୍ୟତ ଏବଂ ବିକାଶ ଦୃଷ୍ଟିକୋଣକୁ ବ୍ୟାପକ କରି ବିଭିନ୍ନ ଦେଶର ବାଣିଜ୍ୟିକ ଚିନ୍ତାଧାରାକୁ ଗ୍ରହଣ କରି ଭାରତ ତାର ଅଭିବୃଦ୍ଧି ହାସଲ କରିବ ।












Click it and Unblock the Notifications