'ଭାରତୀୟ ମହାକାଶ କ୍ଷେତ୍ର ବିଶ୍ୱ ପୁଞ୍ଜି ନିବେଶକାରୀଙ୍କ ପାଇଁ ଆକର୍ଷଣୀୟ କେନ୍ଦ୍ର ଭାବେ ଉଭା ହୋଇଛି'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱ ପୁଞ୍ଜି ନିବେଶକାରୀଙ୍କ ପାଇଁ ଭାରତୀୟ ମହାକାଶକ୍ଷେତ୍ର ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ଉଭା ହୋଇଛି । ଭାରତୀୟ ମହାକାଶ ଷ୍ଟାର୍ଟଅପ୍ 'ସ୍କାଏରୁଟ୍'ର ଇନ୍ଫିନିଟି କ୍ୟାମ୍ପସକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ଭାରତୀୟ ମହାକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ସରକାର ମହାକାଶକ୍ଷେତ୍ରରେ ନବସୃଜନ କାର୍ଯ୍ୟ ପାଇଁ ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ପାଇଁ ଉନ୍ମୁକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଆସନ୍ତା ବର୍ଷଗୁଡ଼ିକରେ ବିଶ୍ୱ ମହାକାଶ ଅର୍ଥନୀତି ଦ୍ରୁତ ବିକଶିତ ହେବ ଏବଂ ଏହା ଆମ ଦେଶର ଯୁବକମାନଙ୍କ ପାଇଁ ବିପୁଳ ନୂତନ ନିଯୁକ୍ତି ସୃଷ୍ଟି କରିପାରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ୬/୭ ବର୍ଷ ମଧ୍ୟରେ ଭାରତର ମହାକାଶ କ୍ଷେତ୍ର ନୂତନ ରୂପ ନେଇଛି । ଏହାକୁ ଉନ୍ମୁକ୍ତ, ସମାବେଶୀ ଓ ନବସୃଜନ ଆଧାରିତ କରାଯାଇ ପାରିଛି । ପ୍ରଧାନନ୍ତ୍ରୀ କହିଛନ୍ତି, ଭାରତୀୟ ମହାକାଶ ଭବିଷ୍ୟତ ପାଇଁ ୩୦୦ଟି ମହାକାଶ ଷ୍ଟାର୍ଟଅପ୍ ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି । ଭାରତର ନୂତନ ଦୃଷ୍ଟିଭଙ୍ଗୀ, ନବସୃଜନ ଓ ଯୁବଶକ୍ତିର ସ୍କାଇରୁଟ୍ ଇନ୍ଫିନିଟି କ୍ୟାମ୍ପସ ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ନବସୃଜନ, ଯୁବଶକ୍ତି, ସାହସିକ ପଦକ୍ଷେପ ନେବାର ସାମର୍ଥ୍ୟ ଓ ଉଦ୍ୟୋଗୀ ମନୋଭାବ ପାଇଁ ଦେଶ ଆଜି ନୂତନ ସୋପାନରେ ପହଞ୍ôଚ ପାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଦଶନ୍ଧି ଦଶନ୍ଧି ଧରି ଇସ୍ରୋ ଭାରତୀୟ ମହାକାଶ ଯାତ୍ରାକୁ ବଳ ଦେଇ ଆସିଛି । ଇସ୍ରୋ ନିଜର ବିଶ୍ୱସନୀୟତା, ସାମର୍ଥ୍ୟ ଓ ଗୁଣବତ୍ତା ଯୋଗୁଁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।












Click it and Unblock the Notifications