ପାକିସ୍ତାନା ୮ ମିଜାଇଲ ଧ୍ୱଂସ କଲା ଏସ୍-୪୦୦
ଅନ୍ଧାର ହୋଇଗଲା ଜମ୍ମୁ । ଅପରେସନ ସିନ୍ଦୂର ପରେ ଭାରତ ଉପରେ ଆକ୍ରମଣ କରିବାକୁ ଆଗେଇ ଆସୁଛି ପାକିସ୍ତାନ । ଲୁଚିଛପି ଭାରତ ଉପରେ ଆକ୍ରମଣ କରୁଛି ପାକିସ୍ତାନ । ଗୁରୁବାର ଆନ୍ତର୍ଜାତୀୟ ସୀମା ପାରରୁ ଜମ୍ମୁର ଏୟାରଷ୍ଟ୍ରିପ ସମେତ ଏକାଧିକ ସ୍ଥାନକୁ ରକେଟ ଦ୍ୱାରା ଟାର୍ଗେଟ କରାଯାଇଛି।

ଏହାପରେ ଭାରତୟର ସୁରକ୍ଷା ଏଜେନ୍ସି ଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନରୁ ଜମ୍ମୁ ସିଭିଲ ଏୟାରପୋର୍ଟ, ସମ୍ବା, ଆରଏସ ପୁରା, ଆରନିଆ ଏବଂ ଆଖପାଖ ଅଞ୍ଚଳକୁ ଲକ୍ଷ୍ୟ କରି ଆଠଟି ମିସାଇଲ ନିକ୍ଷେପ କରାଯାଇଥିଲା। ସମସ୍ତ ମିସାଇଲକୁ S-400 ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ସଫଳତାର ସହ ଧ୍ବଂସ କରାଯାଇଛି।
ଜମ୍ମୁ ଏୟାରପୋର୍ଟ ଆଖପାଖରେ ବାୟୁ ପ୍ରତିରକ୍ଷା ସାଇରନ ବାଜିଥିଲା ଏବଂ ଅଞ୍ଚଳରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଥିଲା। ଜମ୍ମୁ ସହରରେ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।












Click it and Unblock the Notifications