ନିର୍ବାଚନ ଲଢ଼ିବେ ଭାରତର ଧନୀ ମହିଳା ସାବିତ୍ରୀ ଜିନ୍ଦଲ , କଲେ ଘୋଷଣା

ଭାରତର ଧନୀ ମହିଳା ଭାବେ ପରିଚିତ ସାବିତ୍ରୀ ଜିନ୍ଦଲ ହରିୟାଣାର ହିସାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ।

Savitri Jindal

ସାବିତ୍ରୀ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ତଥା କୁରୁକ୍ଷେତ୍ର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା'। ତେବେ ସାବିତ୍ରୀ ବିଜେପିରୁ ନିର୍ବାଚନ ଲଢ଼ିବେ ନାହିଁ। ସେ ସ୍ଵାଧୀନ ଭାବେ କିମ୍ବା ଅନ୍ୟ କୌଣସି ଦଳରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

୩୯.୫ ଶହ କୋଟି ଡଲାର ସମ୍ପତ୍ତିର ମାଲିକ ସାବିତ୍ରୀ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହିଆସିଛନ୍ତି। ଗତ ବୁଧବାର ବିଜେପି ପକ୍ଷରୁ ୬୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସାବିତ୍ରୀ ନିରାଶ ହୋଇଯାଇଥିଲେ। ସେ ବିଜେପିରୁ ଟିକେଟ ପାଇବା ନେଇ ଆଶା ରଖିଥିଲେ। କିନ୍ତୁ ଟିକେଟ ମିଳି ନ ଥିଲା। ତେଣୁ ସେ ନିର୍ବାଚନ ଲଢ଼ିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ବିଜେପି ହିସାରରୁ ଡା. କମଲ ଗୁପ୍ତାଙ୍କୁ ପ୍ରାର୍ଥୀ କରିଛନ୍ତି।

ସାବିତ୍ରୀ କହିଛନ୍ତି, ହିସାର ହେଉଛି ତାଙ୍କ ପରିବାର ଏବଂ ତାଙ୍କ ପରିବାର ତାଙ୍କୁ ନିର୍ବାଚନ ଲଢ଼ିବାକୁ କହୁଛି। ତେଣୁ ସେ ତାଙ୍କ ପରିବାର କଥା ଶୁଣିବେ ବୋଲି କହିଛନ୍ତି। କଂଗ୍ରେସରୁ ଟିକେଟ ମିଳିଲେ ଲଢ଼ିବେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସାବିତ୍ରୀ କହିଥିଲେ ଏହା ତାଙ୍କ ସମର୍ଥକମାନେ ନିଷ୍ପତ୍ତି ନେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+