ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ଆଠ ବର୍ଷ ମଧ୍ୟରେ ସର୍ବନିମ୍ନ, ୧.୫୪%କୁ ଖସିଲା ମୁଦ୍ରାସ୍ଫୀତି
ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ୱରରେ ୮ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ୱରରେ ହ୍ରାସ ପାଇ ୧.୫୪ ପ୍ରତିଶତ ରହିଛି, ଅଗଷ୍ଟରେ ଏହା ୨.୦୭ ପ୍ରତିଶତ ଥିଲା । ସୋମବାର ଜାରି ସରକାରୀ ଡାଟା ଅନୁସାରେ ଏହି ହ୍ରାସ ପନିପରିବା ଓ ଡାଲି ସହ ଅନ୍ୟ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଯୋଗୁଁ ହୋଇଛି ।
ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଅନୁସାରେ ବାର୍ଷିକ ଆଧାରରେ ସେପ୍ଟେମ୍ୱରରେ ମୁଦ୍ରାସ୍ଫୀତି ହାର ୧.୫୪ ରହିଛି, ଯାହା ୨୦୧୭ ଜୁନ୍ ପରେ ସର୍ବନିମ୍ନ । ଏହା ପୂର୍ବରୁ ୨୦୨୫ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୨.୦୪ ପ୍ରତିଶତ ରେକର୍ଡ କରାଯାଇଥିଲା । ଏହି ସମୟରେ ଫୁଡ୍ ଇନଫ୍ଲାସନ ଶୂନରୁ ୨.୨୮ ପ୍ରତିଶତ ତଳେ ରହିଛି, ଯାହା ୨୦୧୮ ଡିସେମ୍ୱର ପରେ ସବୁଠୁ କମ୍ । ଅଗଷ୍ଟରେ ଏହା ଶୂନରୁ ୦.୬୪ ପ୍ରତିଶତ ତଳେ ରହିଥିଲା ।

ଖାଦ୍ୟ ମୁଦ୍ରାସ୍ଫୀତି ଲଗାତାର ଚତୁର୍ଥ ମାସ ପାଇଁ ବିଯୁକ୍ତ ରହିଛି, ଯେଉଁଥିରେ ଖାଦ୍ୟ ମୂଲ୍ୟ ସୂଚକାଙ୍କ (CFPI) ଗତ ବର୍ଷ ତୁଳନାରେ ୨.୨୮% ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୧.୬୯%ରୁ ୧.୦୭%କୁ ଓ ଖାଦ୍ୟ ମୁଦ୍ରାସ୍ଫୀତି -୦.୭୦%ରୁ -୨.୧୭%କୁ ଖସିଛି। ସହରାଞ୍ଚଳରେ ମୁଦ୍ରାସ୍ଫୀତି ୨.୪୭%ରୁ ୨.୦୪%କୁ ଓ ଖାଦ୍ୟ ମୁଦ୍ରାସ୍ଫୀତି -୦.୫୩%ରୁ -୨.୪୭%କୁ ହ୍ରାସ ପାଇଛି।
ତେବେ କିଛି କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ହୋଇଛି। ଆବାସ ମୁଦ୍ରାସ୍ଫୀତି ୩.୦୯%ରୁ ୩.୯୮%କୁ ବୃଦ୍ଧି ପାଇଛି, କିନ୍ତୁ ଶିକ୍ଷା ମୁଦ୍ରାସ୍ଫୀତି ୩.୬୦%ରୁ ୩.୪୪%କୁ କମିଛି। ଅର୍ଥନୀତିଜ୍ଞମାନେ କହିଛନ୍ତି, ପରିବାର ମୂଲ୍ୟରେ ପରିବର୍ତ୍ତନର କାରଣ ହେଉଛି ମୌସୁମୀ ପରିବର୍ତ୍ତନ, ଡାଲିର ମୂଲ୍ୟ ହ୍ରାସ ଓ ବିଶ୍ୱ ବଜାରରେ ଶକ୍ତି ମୂଲ୍ୟ କମିବା ଏହାର ମୁଖ୍ୟ କାରଣ। ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ୨-୬% ଲକ୍ଷ୍ୟଠାରୁ କମ୍ ରହିଥିବାରୁ ବର୍ଷାନ୍ତ ସୁଦ୍ଧା ସୁଧ ହାର ହ୍ରାସର ସମ୍ଭାବନା ରହିଛି।












Click it and Unblock the Notifications