ଭାରତର ପ୍ରଖ୍ୟାତ ସାମ୍ୱାଦିକ ମାର୍କ ଟଲିଙ୍କ ପରଲୋକ

ଭାରତରେ ବିବିସିର ପୂର୍ବତନ ସମ୍ବାଦଦାତା ତଥା ବରିଷ୍ଠ ସାମ୍ବାଦିକ ସାର ମାର୍କ ଟଲି ରବିବାର ନୂଆଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିବିସିରେ ତାଙ୍କର ପୂର୍ବତନ ସହଯୋଗୀ ସତୀଶ ଜ୍ୟାକବ ତାଙ୍କ ପରଲୋକ ଖବର ପୁଷ୍ଟି କରିଛନ୍ତି। ପରଲୋକ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବିବିସିରୁ ଇସ୍ତଫା ଦେବା ପରେ ସେ ସ୍ୱତନ୍ତ୍ର ପତ୍ରକାର ରୂପେ ଭାରତରେ କାମ କରୁଥିଲେ।

journalist Mark

ମାର୍କ ଟଲି ଯେଉଁ ସମୟରେ ବିବିସିରେ ସାମ୍ବାଦିକତା କରୁଥିଲେ ସେତେବେଳେ ଭାରତକୁ ଟେଲିଭିଜନ ଆସିନଥିଲା। ଆସିଥିଲେ ବି ବହୁତ କମ ଥିଲା। କେବଳ ରେଡିଓ ସରକାରଙ୍କ ହାତରେ ଥିଲା। ଏଣୁ ଲୋକେ କହୁଥିଲେ ଅଲ ଇଣ୍ଡିଆ ରେଡିଓ ସରକାରଙ୍କ ରେଡିଓ। ଯେଉଁ ଲୋକେ ଖବରକୁ ଭିନ୍ନ ଢଙ୍ଗରେ ଜାଣିବାକୁ ଚାହୁଁଥିଲେ ସେମାନେ ବିବିସି ଶୁଣୁଥିଲେ ଓ ସାର ମାର୍କ ଟଲି ବିବିସିରେ ସାମ୍ବାଦିକତା କରୁଥିଲେ। ତାଙ୍କ ସାମ୍ବାଦିକତା କାଳରେ ଟଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ କୋର୍ଟ ଶୁଣାଣି ଓ ତାଙ୍କ ଫାଶୀଦଣ୍ଡ ଖବର ରିପୋର୍ଟ କରିଥିଲେ। ସେହିପରି ଭାରତରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଖବର ମଧ୍ୟ ମାର୍କ ଟଲି କଭର କରିଥିଲେ।

ସାର ମାର୍କ ଟଲିଙ୍କ ଜନ୍ମ ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଟଲିଗଞ୍ଜରେ ହୋଇଥିଲା। ତାଙ୍କ ପିତା ଗ୍ଲେଣ୍ଡର ରବର୍ଟସନବ କମ୍ପାନୀରେ ପାର୍ଟରନର ଥିଲେ। ଏହା ସେତେବେଳେ କୋଲକାତାର ସବୁଠୁ ବଡ଼ କମ୍ପାନୀଥିଲା। ତାଙ୍କର ବାଲ୍ୟକାଳ କୋଲକାତାରେ କଟିଥିଲା। ସ୍କୁଲରେ ଇଂରେଜ ପିଲାଙ୍କ ସହ ପାଠ ପଢୁଥିଲେ। ଯଦିଓ ସେ କୋଲକାତାରେ ଜନ୍ମ ହୋଇଥିଲେ ବେଙ୍ଗଲୀ ଅଥବା ହିନ୍ଦୀ ଭାଷାରେ ତାଙ୍କର ଏତେଟା ଦଖଲ ନଥିଲା। ଭାରତରେ ସ୍କୁଲ ଶିକ୍ଷା ସମାପ୍ତ ହେବା ପରେ ପରିବାର ତାଙ୍କୁ ଇଂଲଣ୍ଡ ପଠାଇଦେଇଥିଲେ। ସେଠାରେ ସେ ପବ୍ଲିକ୍ ସ୍କୁଲରେ ପଢିବା ପରେ କେମ୍ବ୍ରିଜ ୟୁନିଭର୍ସିଟିରେ ଇତିହାସ ଓ ଥିୟୋଲୋଜି ପାଠ ପଢିଥିଲେ।

ବ୍ରିଟେନରେ ପାଠପଢା ସରିବା ପରେ ସେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ବୟଷ୍କ ଲୋକଙ୍କ ଦେଖରେଖ ପାଇଁ ନିଯୁକ୍ତ ହୋଇଥିଲେ। ସେଠାରେ ସେ ପାଖାପାଖି ୪ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ଏଠାରେ କାମ କରୁଥିବା ବେଳେ ଖବର କାଗଜରେ ବିବିସିର ଏକ ବିଜ୍ଞାପନ ବାହାରିଥିଲା। ସେହି ବିଜ୍ଞାପନ ଆଧାରରେ ଆବେଦନ କରିଥିବା ବେଳେ ଇଂଲଣ୍ଡରେ ଚାକିରୀ ମିଳି ଯାଇଥିଲା। ତାଙ୍କୁ ବିବିସିର ସାମ୍ବାଦିକତା ବିଭାଗରେ ଚାକିରୀ ମିଳିନଥିଲା। ସେ ପର୍ସନେଲ ଡିପାର୍ଟମେଣ୍ଟରେ କାମ କରୁଥିବା ବେଳେ ତାଙ୍କର ଭାରତ ବଦଳି ହୋଇଥିଲା। ଭାରତରେ ହିଁ ତାଙ୍କୁ ସାମ୍ବାଦିକତା କରିବାର ସୁଯୋଗ ମିଳିଥିଲା। ସାମ୍ବାଦିକତା ପେଷା ପ୍ରତି ତାଙ୍କର ପ୍ରଗାଢ଼ ନିଷ୍ଠା ପାଇଁ ତାଙ୍କୁ ଭାରତରେ ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ସମ୍ମାନ ମଧ୍ୟ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+