୫ ପ୍ରତିଶତ ତଳେ ଦେଶର ଦାରିଦ୍ର୍ୟ ହାର; ନିତି ଆୟୋଗ ଜାରି କଲା ରିପୋର୍ଟ

ଦେଶରେ କମିଛି ଗରିବୀ । ଭାରତର ଲୋକେ ଧିରେ ଧିରେ ଦାରିଦ୍ର୍ୟ ସୀମା ରେଖାରୁ ବାହାରୁଛନ୍ତି । ନିତି ଆୟୋଗ ଦ୍ୱାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡିଛି । ଯାହା ଦେଶର ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପ ଦିଗରେ ଏହା ଭଲ ଖବର । ଉଭୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଲୋକମାନେ ଅଧିକ ସମୃଦ୍ଧ ହୋଇଥିବା ନୀତି ଆୟୋଗର ସିଇଓ ବି.ଭି. ଆର୍ ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି ।

ଫେବୃଆରୀ ୨୬ର ସର୍ବଶେଷ ଘରୋଇ ଉପଭୋକ୍ତା ଖର୍ଚ୍ଚ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତର ଦାରିଦ୍ର୍ୟ ସ୍ତର ୫% ତଳକୁ ଖସି ଆସିଛି । ରାଷ୍ଟ୍ରୀୟ ସର୍ବେକ୍ଷଣ କାର୍ଯ୍ୟାଳୟ (NSSO) ଦ୍ୱାରା ଶନିବାର ବିଳମ୍ବିତ ରାତିରେ ଜାରି ହୋଇଥିବା ରିପୋର୍ଟ ଅନୁସାରେ ପ୍ରତି ବ୍ୟକ୍ତିର ମାସିକ ଘରୋଇ ଖର୍ଚ୍ଚ ୨୦୧୧-୧୨ ତୁଳନାରେ ୨୦୨୨-୨୩ରେ ଦୁଇ ଗୁଣା ଅଧିକ ହୋଇଛି । ଯାହା ଦେଶର ସମୃଦ୍ଧି ସ୍ତରକୁ ଦର୍ଶାଇଛି ବୋଲି କୁହାଯାଇଛି । ଦେଶର ଉଭୟ ଗ୍ରାମୀଣ ଓ ସହରାଂଚଳ ପରିବାରର ମୋଟ ଖର୍ଚ୍ଚରେ ଖାଦ୍ୟଶସ୍ୟ ଓ ଖାଦ୍ୟ ବ୍ୟବହାରର ଅଂଶରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଏନଏସଏସଓ ସର୍ଭେରୁ ଜଣାପଡିଛି ।

ସର୍ଭେରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଗ୍ରାମାଞ୍ଚଳର ଲୋକମାନେ ସହରାଞ୍ଚଳ ତୁଳନାରେ ଦ୍ରୁତ ଗତିରେ ଅଗ୍ରଗତି କରୁଛନ୍ତି । ଯାହା ଉଭୟ ଅଞ୍ଚଳ ମଧ୍ୟରେ ଥିବା ପାର୍ଥକ୍ୟକୁ ହ୍ରାସ କରିଛି। ଏହି ସର୍ଭେରେ ସରକାରୀ କଲ୍ୟାଣକାରୀ ଯୋଜନାର ଲାଭକୁ ମଧ୍ୟ ବିଚାରକୁ ନିଆଯାଇଛି । ଯାହାକି ଗରିବ ପରିବାରର ବ୍ୟବହାରରେ ସହାୟକ ହୋଇଛି।ଏଥିରେ ଲୋକମାନେ ମାଗଣା ଖାଦ୍ୟ ଶସ୍ୟ ଏବଂ ପିଲାମାନଙ୍କ ପାଇଁ ସାଇକେଲ ଏବଂ ସ୍କୁଲ ୟୁନିଫର୍ମ ଭଳି ସାମଗ୍ରୀ ପାଇଛନ୍ତି । ସର୍ବେକ୍ଷଣରୁ ଜଣାପଡିଛି ଯେ ୨୦୧୧-୧୨ରେ ଏହି ବ୍ୟବଧାନ ୮୪% ଥିଲା ଏବଂ ୨୦୨୨-୨୩ରେ ଏହା ୭୧% କୁ ହ୍ରାସ ପାଇଛି । ଏହି ବ୍ୟବଧାନ ୨୦୦୪-୦୫ରେ ୯୧ ପ୍ରତିଶତରେ ପହଞ୍ଚିଥିଲା । ଦେଶର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ମୋଟ୍ ଖର୍ଚ୍ଚରେ ଶସ୍ୟ ଏବଂ ଖାଦ୍ୟ ବ୍ୟବହାରରେ ଅଂଶଧନ ହ୍ରାସ ପାଇଥିବା NSSO ସର୍ଭେରେ ଦର୍ଶାଇଛି ।

indias Poverty Rate

ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପଗୁଡ଼ିକର ସଫଳତା ମଧ୍ୟ ପ୍ରତିଫଳିତ ହୋଇଛି ବୋଲି ସୁବ୍ରମଣ୍ୟମ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ସର୍ଭେ ଜନସଂଖ୍ୟାକୁ ୨୦ ଟି ବିଭିନ୍ନ ବର୍ଗରେ ବିଭକ୍ତ କରି ତଥ୍ୟ ସଂଗ୍ରହ କରିଛି । ମିଳିଥିବା ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ମୁଣ୍ଡପିଛା ହାରାହାରି ଖର୍ଚ୍ଚ ୩,୭୭୩ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ଏହା ୬,୪୫୯ ଟଙ୍କା ରହିଛି ।

ସେହିପରି ଆମେ ଯଦି ଦେଖିବା ଗ୍ରାମାଞ୍ଚଳରେ ନିମ୍ନ ବର୍ଗର ମୁଣ୍ଡପିଛା ହାରାହାରି ଖର୍ଚ୍ଚ ୧,୩୭୩ ଟଙ୍କା ଏବଂ ସହରାଞ୍ଚଳରେ ୨,୦୦୧ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ୧.୫୫ ଲକ୍ଷ ଗ୍ରାମୀଣ ପରିବାର ଏବଂ ୧.୦୭ ଲକ୍ଷ ସହରୀ ପରିବାରରୁ ସଂଗୃହୀତ ତଥ୍ୟ ଉପରେ NSSO ଏହା ଆକଳନ କରିଛି । ସେ କହିଛନ୍ତି ଯେ ତଥ୍ୟ ଦର୍ଶାଉଛି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଲୋକଙ୍କ ଖର୍ଚ୍ଚ ପ୍ରାୟ ୨.୫ ଗୁଣ ବୃଦ୍ଧି ପାଇଛି । ଆଉ ଏହା ଦେଶର ପ୍ରଗତିକୁ ଦର୍ଶାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+