ଦ୍ରୁତ ଗତିରେ ହ୍ରାସ ପାଇଛି ଦାରିଦ୍ର୍ୟତା, ଦାରିଦ୍ର୍ୟ ହାର ୫% ତଳେ
ଅଭାବ ଅନଟନରେ ଜୀବନଯାପନ କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି। ଦେଶରେ ସେଭଳି ଲୋକ ଆଉ ବେଶି ନାହାନ୍ତି। ବିଗତ ଏକ ଦଶନ୍ଧିରେ ଭାରତର ଦାରିଦ୍ର୍ୟତା ହାର ୨୭.୧ %ରୁ ୫.୩%କୁ ଖସିଛି । ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।
ଭାରତ ୨୦୧୧-୧୨ ଏବଂ ୨୦୨୨-୨୩ ଦଶନ୍ଧି ମଧ୍ୟରେ ୨୬୯ ନିୟୁତ ଲୋକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ଏହାର ଅର୍ଥ ହେଉଛି ପ୍ରାୟ ୨୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ବିଶ୍ୱ ବ୍ୟାଙ୍କ ଆନ୍ତର୍ଜାତୀୟ ଦାରିଦ୍ର୍ୟ ରେଖାରେ ଦୈନିକ $୩.00 ଡଲାର (୨0୨୧ ମୂଲ୍ୟ) ଦାରିଦ୍ର୍ୟ ଆକଳନ କରିଛି। ଏହା ଗ୍ରାମୀଣ ଏବଂ ସହରାଞ୍ଚଳ ଉଭୟରେ ଦାରିଦ୍ର୍ୟରେ ତୀବ୍ର ହ୍ରାସ ଦେଖାଉଛି। ଏହି ଅବଧିରେ ଗ୍ରାମାଞ୍ଚଳରେ ଚରମ ଦାରିଦ୍ର୍ୟ ୧୮.୪% ରୁ ୨.୮% କୁ ହ୍ରାସ ପାଇଥିଲା, ଯେତେବେଳେ ସହରାଞ୍ଚଳରେ ଚରମ ଦାରିଦ୍ର୍ୟ ୧୦.୭% ରୁ ୧.୧% କୁ ହ୍ରାସ ପାଇଛି।

ବିଶ୍ୱ ବ୍ୟାଙ୍କ ଏକ କଠୋର ମାପକ ମାନଦଣ୍ଡ କାର୍ଯ୍ୟକାରୀ କରିବା ଏହି ମୂଲ୍ୟାଙ୍କନ କରିଥାଏ । ବିଶେଷକରି ପାଞ୍ଚଟି ରାଜ୍ୟ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶରେ ଆଖି ଦୃଶିଆଭାବେ ଏହି ସଂଖ୍ୟାରେ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି । ଏହି ରାଜ୍ୟମାନଙ୍କରେ ପୂର୍ବରୁ ୨୦୧୧-୧୨ରେ ଭାରତର ଅତି ଗରିବ ଲୋକଙ୍କ ହାର ୬୫% ଥିବାବେଳେ ୨୦୨୨-୨୩ ସୁଦ୍ଧା ଅତି ଦାରିଦ୍ର୍ୟ ହ୍ରାସର ଦୁଇ-ତୃତୀୟାଂଶ ହ୍ରାସ ପାଇଛି ।
ସେହିପରି ୨୦୨୨-୨୩ରେ ଭାରତୀୟମାନେ ଅତ୍ୟନ୍ତ ଦାରିଦ୍ର୍ୟ ଅନୁଭବ କରୁଥିବାର ଅନୁପାତ ୨.୩%କୁ ହ୍ରାସ ପାଇଛି, ଯାହା ୨୦୧୧-୧୨ରେ ୧୬.୨% ଥିଲା । ଯଦି ଆମେ ସଂଖ୍ୟାରେ ଦେଖିବା ତାହା ହେଲେ ଅତ୍ୟନ୍ତ ଦାରିଦ୍ର୍ୟ ସୀମା ରେଖାରେ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ରେ ୨୦୫.୯୩ ନିୟୁତରୁ ୨୦୨୨-୨୩ରେ ୩୩.୬୬ ନିୟୁତକୁ ଖସି ଆସିଛି । ଅର୍ଥାତ୍ ୧୭୨ ନିୟୁତ ବ୍ୟକ୍ତି ନିର୍ଦ୍ଦିଷ୍ଟ ଦାରିଦ୍ର୍ୟ ସୀମା ଉପରକୁ ଉଠିଛନ୍ତି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications