ଦେଶର ବୈଦେଶିକ ନୀତିର ମୂଳ ମନ୍ତ୍ର ହେଉଛି “ଭାରତ ପ୍ରଥମ” :ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର ବୈଦେଶିକ ନୀତିର ମୂଳ ମନ୍ତ୍ର ହେଉଛି - ଭାରତ ପ୍ରଥମ । ବର୍ତ୍ତମାନ ନୂଆଦିଲ୍ଲୀ ବିଶ୍ୱସ୍ତରରେ ବିଭିନ୍ନ ମଞ୍ଚରେ କେବଳ ଅଂଶଗ୍ରହଣ କରୁନାହିଁ ବରଂ ଏକ ସୁରକ୍ଷିତ ଭବିଷ୍ୟତ ଲାଗି ପ୍ରୟାସ ଜାରି ରଖିଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ଏକ ଘରୋଇ ଟିଭି ଚ୍ୟାନେଲ୍ ଦ୍ୱାରା ଆୟୋଜିତ ବିଶେଷ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବରୁ ଭାରତର ବୈଦେଶିକ ନୀତିରେ ପ୍ରତ୍ୟେକଙ୍କ ଠାରୁ ସମଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଥିଲା । ମାତ୍ର ବର୍ତ୍ତମାନ ଭାରତ ସମସ୍ତଙ୍କ ସହିତ ସମାନ ଭାବେ ଏକାଠି ହୋଇ କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି ।

ମୋଦୀ କହିଛନ୍ତି, ଭାରତ ବର୍ତ୍ତମାନ ଏକଛତ୍ରବାଦ ନୁହେଁ ବରଂ ମାନବିକତା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି । ଏହାଦ୍ୱାରା ଏକବିଂଶ ଶତାବ୍ଦୀରେ ବିଶ୍ୱସ୍ତରୀୟ ମଞ୍ଚରେ ଅଂଶଗ୍ରହଣ ଲାଗି ସମସ୍ତଙ୍କର ସମାନ ଅଧିକାର ସାବ୍ୟସ୍ତ କରିବାର ପଥ ଉନ୍ମୁକ୍ତ ହୋଇଛି । ବର୍ତ୍ତମାନ ଭାରତ ଏକ ସ୍ୱପ୍ନର ଦେଶ ହୋଇ ରହିନାହିଁ ବରଂ ସ୍ୱପ୍ନକୁ ସାକାର କରିବାରେ ସମର୍ଥ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।












Click it and Unblock the Notifications