Get Updates
Get notified of breaking news, exclusive insights, and must-see stories!

୨୦୩୦ ସୁଦ୍ଧା ଭାରତରେ ମୁଣ୍ଡପିଛା ଆୟ ୪ ହଜାର ଡଲାର ହେବ;SBI

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଗବେଷଣାମୂଳକ ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତ ମୁଣ୍ଡପିଛା ଆୟ ୪ହଜାର ଡଲାର ହାସଲ କରିବାକୁ ଯାଉଛି । ଆଜି ପ୍ରକାଶିତ ଏ ସଂପର୍କିତ ରିପୋର୍ଟରେ ବିଶ୍ୱବ୍ୟାଙ୍କ ବର୍ଗୀକରଣ ଅନୁଯାୟୀ ଚୀନ୍‍ ଏବଂ ଇଣ୍ଡୋନେସିଆ ସହ ଭାରତ ରହିବା ଆକଳନ କରାଯାଇଛି ।

ସ୍ୱାଧୀନତାର ୬୦ ବର୍ଷ ପରେ ଭାରତ ୧ ଟ୍ରିଲିୟନ୍‍ ଡଲାର ଅର୍ଥନୀତିରେ ପହଞ୍ôଚଥିବା ବେଳେ ମାତ୍ର ୭ ବର୍ଷରେ ୨୦୧୪ ସୁଦ୍ଧା ୨ ଟ୍ରିଲିୟନ୍‍ ଡଲାର ଅର୍ଥନୀତିରେ ପହଞ୍ôଚଥିଲା । ୨୦୨୧ ଅର୍ଥାତ୍‍ ୭ ବର୍ଷ ଭିତରେ ଭାରତ ୩ ଟ୍ରିଲିୟନ୍‍ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ।

sbi

ରିପୋର୍ଟ ଅନୁଯାୟୀ, ୪ ଟ୍ରିଲିୟନ୍‍ ଡଲାରଅର୍ଥନୀତିରେ ପହଞ୍ôଚବା ଲାଗି ଭାରତକୁ ମାତ୍ର ୪ ବର୍ଷ ସମୟ ଲାଗିଛି ।ଆସନ୍ତା ୨ ବର୍ଷ ମଧ୍ୟରେ ଦେଶ ୫ ଟ୍ରିଲିୟନ୍‍ ଡଲାର ଅର୍ଥନୀତିରେ ପହଞ୍ôଚବା ନେଇ ଆକଳନ କରାଯାଇଛି । ସୂଚନା ଅନୁଯାୟୀ, ୨୦୦୯ରେ ଭାରତରେ ମୁଣ୍ଡପିଛା ଆୟ ୧ ହଜାର ଡଲାର ଥିବା ବେଳେ ୨୦୧୯ରେ ୨ ହଜାର ଡଲାର ରହିଥିଲା ।୨୦୨୬ ସୁଦ୍ଧା ଏହା ୩ ହଜାର ଡଲାରରେ ପହଞ୍ôଚବ ବୋଲି ଷ୍ଟେଟ୍‍ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+