ଜହ୍ନକୁ ଯିବ ଭାରତ, ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ ଲଞ୍ଚ୍‌

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ଲଞ୍ଚ ହେବ ଇସ୍ରୋର ଜହ୍ନକୁ ଯାତ୍ରା ଅର୍ଥାତ 'ଚନ୍ଦ୍ରୟାନ-୩' । ସୋମବାର ଏନେଇ ଇସ୍ରୋ ଚେୟାରମ୍ୟାନ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି ।

ସୋମନାଥ କହିଛନ୍ତି, ଆମେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାକୁ ସକ୍ଷମ ହେବୁ। ପରିସ୍ଥିତି ଅନୁସାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱାନ ସ୍ପେସ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ସାରିଛି । LVM-3 ରକେଟ ଯୋଗେ ଚନ୍ଦ୍ରାୟନ-୩ ଉତକ୍ଷେପଣ କରାଯିବ ।

Chandrayaan 3

ତେବେ ଏଥର ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବ।
ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ କିପରି କମ୍ପନ ହୁଏ ତାହା ଉପରେ ଅନୁଧ୍ୟାନ କରିବ । ତା'ର ପୃଷ୍ଠୀୟ ପରିବେଶ ଓ ପୃଷ୍ଠୀୟ ଗାଠନିକ ଉପାଦାନଗୁଡ଼ିକ ଉପରେ ମଧ୍ୟ ବିଶ୍ଳେଷଣ କରିବ । ବେଙ୍ଗାଲୁରୁ ସ୍ଥିତ ୟୁଆର୍ ରାଓ ସାଟେଲାଇଟ ସେଣ୍ଟର ବା URSCରେ ଏହି କାର୍ଯ୍ୟ ଚାଲିଛି ।

ଏହି ଅଭିଯାନ ଲାଗି ଆବଶ୍ୟକ ଏକ ସ୍ବଦେଶୀ ଲ୍ୟାଣ୍ଡର ମଡ୍ୟୁଲ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର। ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ଓ ରୋଭିଂକୁ ଅଧିକ ସୁଗମ କରିବା ଲାଗି ଚନ୍ଦ୍ରୟାନ-୩ ଅଭିଯାନ ଆରମ୍ଭ ହେବ। ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଦିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ।

ସୂଚନାଥାଉ କି, ୨୦୦୮ରେ ଭାରତର ପ୍ରଥମ ମୁନ୍ ମିଶନ ଥିଲା ଚନ୍ଦ୍ରୟାନ-୧ । ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରୟାନ-୨ ମିଶନ୍ । ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରି ନଥିଲା । କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇ ଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ ।

ତେବେ ଚନ୍ଦ୍ରୟାନ-୩ରେ ଆଉ ଅର୍ବିଟର ପଠାଯିବ ନାହିଁ । ଏଥିରେ ଯିବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲ୍ୟାଣ୍ଡର୍, ରୋଭର୍ ଏବଂ ଏକ ପ୍ରପଲ୍ସନ୍ ମଡ୍ୟୁଲ୍ । ଚନ୍ଦ୍ରୟାନ-୨ରେ ଯାଇଥିବା ଅର୍ବିଟର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ସହିତ ଯୋଗାଯୋଗ ରକ୍ଷା କରିବ । ଲ୍ୟାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସୁରକ୍ଷିତ ଭାବେ ଅବତରଣ କରିବ ଏବଂ ତା ଭିତରୁ ରୋଭର୍ ବା ଏକ ଯାନ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+