ଉଦଘାଟନ ହେଲା ଦେଶର ଦୀର୍ଘତମ ସମୁଦ୍ର ସେତୁ, ଚାଲିପାରିବ ନାହିଁ ଏହି ସବୁ ଗାଡ଼ି

Atal Setu Mumbai: ଉଦଘାଟନ ହେଲା ଦେଶର ଦୀର୍ଘତମ ସମୁଦ୍ର ସେତୁ । ମୁମ୍ବାଇରେ ଅଟଳ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୮ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ସେତୁର ଲମ୍ବ ସାଢେ ୧୬ କିଲୋମିଟର । ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବା ନେଇ ସୂଚନା ରହିଛି ।

ଏହି ବ୍ରିଜ୍ ସମୁଦ୍ର ଜରିଆରେ ମୁମ୍ବାଇରୁ ନଭି ମୁମ୍ବାଇକୁ ସଂଯୋଗ କରିବ । ଏହି ସେତୁର ଲମ୍ବ ୨୨ କିଲୋମିଟର ଯାହା ଭାରତୀୟ ଇଞ୍ଜିନିୟରିଂର ସଫଳତାର ବଡ଼ ଉଦାହରଣ । ଏହି ବ୍ରିଜ୍ ହେବା ପରେ ଖୁବ୍ ସମୟ ମଧ୍ୟରେ ମୁମ୍ବାଇରୁ ନଭି ମୁମ୍ବାଇ ପହଞ୍ଚି ହେବ ।

Atal Setu

ସୂଚନାଯୋଗ୍ୟ ଯେ, MTHL ହେଉଛି ଏକ ୬ ଲେନ୍‌ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି । ତେବେ ଲମ୍ବା ରାସ୍ତାକୁ କମ୍‌ ସମୟରେ ଅତିକ୍ରମ କରିବା ପାଇଁ ଏହି ବ୍ରିଜଟି ନିର୍ମାଇ କରାଯାଇଛି । ବ୍ରିଜ୍ ତିଆରି ପୂର୍ବରୁ ମୁମ୍ବାଇରୁ ନାଭି ମୁମ୍ବାଇ ପହଞ୍ଚିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗୁଥିବା ହେଲେ ଏବେ ମାତ୍ର ୨୦ ମିନିଟରେ ନଭି ମୁମ୍ବାଇରୁ-ମୁମ୍ବାଇକୁ ପହଞ୍ଚି ହେବ ।

ପ୍ରଧାନମନ୍ତ୍ରୀ ମୋଦି ଅଟଳ ସେତୁର ଉଦଘାଟନ କରିଛନ୍ତି । ଏହି ସିମୁଦ୍ର ସେତୁ ଉପରେ ଭାରି ଯାନ, ମୋଟର ସାଇକେଲ୍, ଅଟୋ ରିକ୍ସା, ଟ୍ରାକ୍ଟର ଏବଂ ପଶୁଙ୍କ ଦ୍ୱାରା ଗାଡ଼ି ଯାଇପାରିବ ନାହିଁ । କେବଳ କାର୍, ହାଲୁକା ଯାନ, ମିନି ବସ୍, ଦୁଇଟି ଆକ୍ସିଲ୍ ଥିବା ବସ୍ ଚାଲିପାରିବ । ଏହି ସେତୁ ଉପରେ ଘଣ୍ଟା ପ୍ରତି ଶହେ କିଲୋମିଟର ବେଗରେ ଗାଡି ଚାଲି ପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+