କମୁଛି ଭାରତର ଭୂତଳ ଜଳ: ଚେତବନୀ ଦେଲା ଜାତିସଂଘ
ନୂଆଦିଲ୍ଲୀ: କମୁଛି ଭାରତର ଭୂତଳ ଜଳ । ଏନେଇ ଚେତାବନୀ ଦେଲେ ଜାତିସଙ୍ଘ । ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ୨୦୨୫ ସୁଦ୍ଧା ଭୂତଳ ଜଳର କମିବ ବୋଲି ପୂର୍ବାନୁମାନ କରିଛି ଜାତିସଙ୍ଘର । ଜାତିସଙ୍ଘର ରିପୋର୍ଟ ଅନୁସାରେ, ଭାରତର ଇଣ୍ତୋ-ଗାଙ୍ଗେଟିକର କେତେକ ଅଞ୍ଚଳରେ ଭୂତଳ ଜଳ ହ୍ରାସ ପାଇବ ଯାହା ବିପଦ ସଙ୍କେତର ଟିରିଂ ପଏଣ୍ଟ ଅତିକ୍ରମ କରିସାରିଛି ।

ଜାତିସଙ୍ଘ ଅଧୀନରେ ଥିବା ଏ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଅନୁସାରେ ଏବଂ ଇଣ୍ଟର-କନେକ୍ଟେଡ ରିସ୍କ ରିପୋର୍ଟ ୨୦୨୩ ଶୀର୍ଷକରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ବିଶ୍ୱର ୬ଟି ଜଳବାୟୁ ପରିବର୍ତ୍ତନ ବିନ୍ଦୁ ବା ଟିପିଂ ପଏଣ୍ଚର ନିକଟତର ହେଉଛି । ବିଲୁପ୍ତିକୁ ତ୍ୱରାନ୍ୱିତ କରିବା, ଭୂତଳ ଜଳ ହ୍ରାସ, ପାର୍ବତ୍ୟ ହିମଖଣ୍ତ ତରଳିଆ, ଅନ୍ତରୀକ୍ଷ ଭଗ୍ନାବଶେଷ ଅସହ୍ୟ ଉତ୍ତାପ ।
ସୂଚନା ଅନୁସାରେ, ପୃଥିବୀର ପରିବେଶ ପରିବର୍ତ୍ତନରେ ବିନ୍ଦୁ ବା ଟିପିଂ ପଏଣ୍ଟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସୀମା । ତେବେ ଜଦି ଜଳବାୟୁ ପରିବର୍ତ୍ତନ ହୁଏ ଟିପିଂ ପଏଣ୍ଟ ଏତିକ୍ରମ କରେ ତେବେ ପୃଥିବୀର ଜଳ ବାୟୁରେ ପରିବର୍ତ୍ତନ ପରିଲିକ୍ଷିତ ହୋଇଥାଏ । ତେବେ ବିଶ୍ୱର ପ୍ରାୟ ୭୦% ଭୂତଳ ଜଳ କୃଷିକାର୍ଯ୍ୟରେ ବ୍ୟବହାର କରାଯାଏ । ହେଲେ ଧିରେ ଧିରେ ଭୂତଳ ଜଳ କମିବାରେ ଲାଗିଛି ଯାହା କୃଷି ଉପରେ ମଧ୍ୟ ପ୍ରଭାବ ପକାଇବ ।
ଭାରତରେ ବିନ୍ଦୁ ବା ଟିପିଂ ପଏଣ୍ଟ ସୀମାରେ ଥିବା ବେଳେ ସାଉଦି ଆରବ ପରି ଅନେକ ଦେଶରେ ଜଳର ବିପଦ ସେଙ୍କେତର ଟିପିଂ ପଏଣ୍ଟ ଅତିକ୍ରମ କରିସାରିଲାଣି । ତେବେ ଭାରତରେ ଖୁବ କମ ସମୟରେ ମଧ୍ୟରେ ଏପରି ପିରିସ୍ଥିତି ଦେଖାଦେଇପାରେ ବୋଲି ଚେତାବନୀ ଦିଆଯାଇଛି ।
ବର୍ତ୍ତମାନ ଚିନ୍ତାରେ ବିଷୟ ଯେ, ପଞ୍ଜାବରେ ୭୮ ପ୍ରତିଶତ ଭୂତଳ କୂଅରେ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି ଯାହା ଭାରତକ ଉତ୍ତର-ପଶ୍ଚିମାଞ୍ଚଳରେ ୨୦୨୫ ସୁଦ୍ଧା ଭୂତଳ ଜଳ ଗୁରୁତର ଭାବେ ହ୍ରାସ ପାଇବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।












Click it and Unblock the Notifications