ଭାରତରେ ପ୍ରଥମ ସବସ୍କ୍ରିପସନ୍ ଆଧାରିତ TV OS'ହେଲା ଲଞ୍ଚ୍, ମାତ୍ର ୭୯୯ ଟଙ୍କାର ୨୪ଟି ଓଟିଟି ସୁବିଧା
Streambox Media'ଭାରତର ପ୍ରଥମ ସବସ୍କ୍ରିପସନ୍ ଆଧାରିତ TV OS ଲଞ୍ଚ କରିଛି । Micromax' ସମର୍ଥିତ ଷ୍ଟାର୍ଟ ଅପ୍ କମ୍ପାନୀର ସ୍ମାର୍ଟ ଟିଭି DorOS ସହିତ ଆସିବ । ଏଥିରେ ୟୁଜର୍ସଙ୍କୁ ପ୍ରାୟ ୩୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ୨୪ଟି OTT ଆପ୍ସ'ର ସବସ୍କ୍ରିପସନ୍ ମିଳିବ । ଆମାଜନ ପ୍ରାଇମ ଭିଡିଓ, ଜିଓ ସିନେମା, ଡିଜନି + ହଟଷ୍ଟାର, ସୋନିଲିଭ, ୟୁଟ୍ୟୁବ, Zee5 OTT ଆପ୍ଲିକେସନର ସୁବିଧା ପାଇପାରିବେ ୟୁଜର୍ସ । ସେହିପରି Streambox Media'ର ପ୍ରତିଷ୍ଠାତା ତଥା ସିଇଓ ଅନୁଜ ଗାନ୍ଧୀ କହିଛନ୍ତି, ବର୍ତ୍ତମାନ Netflix'ସହ ମଧ୍ୟ ଆଲୋଚନା ଜାରି ରହିଛି । ଆଶା କରାଯାଉଛି Streambox Media'ରେ ଖୁବ୍ ଶୀଘ୍ର ୟୁଜର୍ସ Netflix ଦେଖିବାର ସୁବିଧା ମଧ୍ୟ ପାଇପାରିବେ ।

ଏହି ନୂଆ ଷ୍ଟାର୍ଟଅପ୍ କମ୍ପାନୀର DorOS ରେ, ୟୁଜର୍ସଙ୍କୁ 24 OTT ଆପ୍ ଏବଂ 300 ରୁ ଅଧିକ ଡିଜିଟାଲ୍ ଟିଭି ଚ୍ୟାନେଲ୍'ର ସୁବିଧା ମିଳିବ । କମ୍ପାନୀ ଏଥି ପାଇଁ ମାସିକ ସବସ୍କ୍ରିପସନ୍ ପ୍ଲାନ୍ 799 ଟଙ୍କା ରହିଛି । ତେହେ ଏହି ନୂଆ ଷ୍ଟାର୍ଟଅପ୍ କମ୍ପାନୀ ଟାଟା ପ୍ଲେ, ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ଆଦି କୁ କଡ଼ା ଟକ୍କର ଦେବ । ଏହି ଟିଭି ଅପରେଟିଂ ସିଷ୍ଟମରେ AI ଚାଳିତ ସର୍ଚ୍ଚ ଫିଚର୍ ପ୍ରଦାନ କରାଯାଇଛି, ଯାହା ଉପଭୋକ୍ତାମାନଙ୍କୁ ନିଜ ପସନ୍ଦର ମନୋରଞ୍ଜନ କାର୍ଯ୍ୟକ୍ରମ ବାଛିବାରେ ସହଜରେ ସାହାଯ୍ୟ କରିବ ।
ଏଥିରେ ଟିଭି ପାଇଁ 9,999 ଟଙ୍କା ଏବଂ ମାସିକ 799 ଟଙ୍କା ସବସ୍କ୍ରିପସନ୍ ପ୍ଲାନ୍ ଦେବାକୁ ପଡିବ । ଖାସ କଥା ହେଉଛି ୟୁଜର୍ସ ପ୍ରଥମ ମାସ ପାଇଁ ଟିଭି ସହିତ ମାଗଣା ସବସ୍କ୍ରିପସନ୍ ପାଇବାର ସୁବିଧା ପାଇପାରିବେ । ଏଥି ସହିତ, ଆସନ୍ତା 12 ମାସ ପାଇଁ, ଉପଭୋକ୍ତାମାନଙ୍କୁ ମାସିକ 799 ଟଙ୍କା ଯୋଜନା କରିବାକୁ ପଡିବ । ଏହା ପରେ, ଉପଭୋକ୍ତାମାନେ ସେମାନଙ୍କ ସୁବିଧା ଅନୁଯାୟୀ ଯୋଜନା କଷ୍ଟୋମାଇଜ୍ ମଧ୍ୟ କରିପାରିବେ ।












Click it and Unblock the Notifications