Get Updates
Get notified of breaking news, exclusive insights, and must-see stories!

'ଦିନେ ହିଜାବ ପିନ୍ଧିଥିବା ଜଣେ ମହିଳା ହେବେ ଦେଶର ପ୍ରଧାନମନ୍ତ୍ରୀ'

ହାଇଦ୍ରାବାଦ: ଆସନ୍ତାକାଲି ଦେଶରେ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଆଉ ଏହି ପର୍ଯ୍ୟାୟରେ ଏକ ହାଇଭୋଲଟେଜ୍ ଆସନରେ ହେବ କଡ଼ା ଫାଇଟ୍ । ଆଉ ସେହି ଆସନ ହେଉଛି ତେଲେଙ୍ଗାନାର ହାଇଦ୍ରାବାଦ ଲୋକସଭା ଆସନ । ଏହି ଆସନରେ ଚଳିତ ଥର ହେଉଛି ଦୁଇଦଳ ମଧ୍ୟରେ କଡ଼ା ଫାଇଟ୍ । ବିଜେପି ଏଠାରେ ତାହାର ଫାୟାରବ୍ରାଣ୍ଡ୍ ନେତ୍ରୀ ମାଧବୀ ଲତାଙ୍କୁ ମଇଦାନକୁ ଓହ୍ଲାଇଛି , ଆଉ ମାଧବୀ ବର୍ତ୍ତମାନ ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସିଙ୍କ ବିରୋଧରେ କରୁଛନ୍ତି ଜୋରଦାର ପ୍ରଚାର ।

ବିଜେପି ଏଥର ଜୋର ଦାର ପ୍ରୟାସ ଚଳାଇଛି ପ୍ରଥମ ଥର ଲାଗି ଏହି ଆସନରେ ପଦ୍ମ ଫୁଟାଇବ । ଏହି ଆସନ ହେଉଛି ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସିଙ୍କ ଗଡ଼ । ୧୯୮୪ ମସିହାରୁ ଅୱେସି ପରିବାରର ପ୍ରାର୍ଥୀ କିମ୍ବା ସେମାନଙ୍କ ସର୍ତ୍ମଥତ ପ୍ରାର୍ଥୀ ଏହି ଆସନରୁ ନିର୍ବାଚିତ ହୋଇଛନ୍ତି ।

Asaduddin Owaisi

ଅୱେସି ୨୦୦୪ ର ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ଲଗାତାର ୪ ଥର ହାଇଦ୍ରାବାଦରୁ ସାଂସଦ ହୋଇ ସାରିଛନ୍ତି । ଓୱେସି ଲୋକସଭାରେ ପ୍ରବେଶ କରିବା ପୂର୍ବରୁ ତାଙ୍କ ପିତା ସ୍ୱର୍ଗତ ସୁଲତାନ ସଲାହୁଦ୍ଦିନ ଅୱେସି ୨୦୦୪ରେ ଅସୁସ୍ଥତା କାରଣରୁ ରାଜନୀତିରୁ ଅବସର ନେବା ପର୍ଯ୍ୟନ୍ତ ଲଗାତାର ୬ ଥର ଏହି ଆସନରୁ ନିର୍ବାଚିତ ହୋଇଥିଲେ । ଆଉ ଅୱେସି ଏହି ଗଡ଼କୁନିଜ କବ୍ଚାରେ ରଖିଛନ୍ତି ।

ଆଉ ନିର୍ବାଚନୀ ମାହୋଲ ମଧ୍ୟରେ ଓୱେସି ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଦିନେ ହିଜାବ ପିନ୍ଧିଥିବା ଜଣେ ମୁସଲମାନ ମହିଳା ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଛନ୍ତି ହାଇଦ୍ରାବାଦର ଲୋକସଭା ପ୍ରାର୍ଥୀ ତଥା ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍‌ଆଇଏମ୍‌)ର ସଭାପତି ଅସଦୁଦ୍ଦିନ ଓୱେସି ।

ଏକ ଦୈନିକ ଇଂରାଜୀ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଅସଦୁଦ୍ଦିନ ଓୱେସିଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଯେ ଆପଣ ଭାବୁଛନ୍ତି କି ଭାରତକୁ ଭବିଷ୍ୟତରେ ଜଣେ ମୁସଲମାନ ପ୍ରଧାନମନ୍ତ୍ରୀ ମିଳିବ? ଏହାର ଜବାବରେ ସେ କହନ୍ତି, 'ଇନଶାଲ୍ଲାହ, ହିଜାବ ପିନ୍ଧି ଜଣେ ମହିଳା ଏହି ମହାନ ରାଷ୍ଟ୍ରର ନେତୃତ୍ୱ ନେବେ । ସମୟ ଆସିବ । ବୋଧହୁଏ ମୁଁ ସେହି ଦିନକୁ ଦେଖିବାପାଇଁ ବଞ୍ଚିବି ନାହିଁ, କିନ୍ତୁ ଇନଶାଲ୍ଲାହ ଏହା ହେବ ବୋଲି କହିଛନ୍ତି ଅୱେସି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+