ଭାରତର ପ୍ରଖ୍ୟାତ ପରମାଣୁ ବିଜ୍ଞାନୀ ରାଜଗୋପାଳ ଚିଦମ୍ବରମ୍‌ଙ୍କର ୮୮ ବର୍ଷରେ ପରଲୋକ

ଭାରତର ପ୍ରଖ୍ୟାତ ପରମାଣୁ ବିଜ୍ଞାନୀ ରାଜଗୋପାଳ ଚିଦମ୍ବରମ୍‌ଙ୍କର ୮୮ ବର୍ଷ ବୟସରେ ଶନିବାର ମୁମ୍ବଇସ୍ଥିତ ଜସଲୋକ୍‌ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ବିଶ୍ବ ଦରବାରରେ ଭାରତକୁ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ପରିଚିତ କରାଇବାରେ ଚିଦମ୍ବରମ୍‌ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।

Rajagopal Chidambaram

୧୯୭୪ ଓ ୧୯୯୮ରେ ଭାରତ ତରଫରୁ ଯେଉଁ ପରମାଣୁ ପରୀକ୍ଷା କରାଯାଇଥିଲା ସେଥିରେ ଚିଦମ୍ବରମ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚିଦମ୍ବରମ୍‌ଙ୍କ ପରଲୋକରେ ଆଣବିକ ଶକ୍ତି ବିଭାଗ ତରଫରୁ ଶୋକବ୍ୟକ୍ତ କରାଯିବା ସହ ପରମାଣୁ ବିଜ୍ଞାନ ଓ ଜ୍ଞାନକୌଶଳ କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଦର୍ଶାଯାଇଛି। ୧୯୩୬ରେ ଜନ୍ମିତ ଚିଦମ୍ବରମ୍‌ ଚେନ୍ନଇର ପ୍ରେସିଡେନ୍ସି ମହାବିଦ୍ୟାଳୟ ଓ ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରୁ ଶିକ୍ଷା ଗ୍ରହଣ କରିଥିଲେ। ଚିଦମ୍ବରମ୍‌ ୨୦୦୧ରୁ ୨୦୧୮ ପର୍ଯ୍ୟନ୍ତ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା, ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦେଶକ, ୧୯୯୩ରୁ ୨୦୦୦ ପର୍ଯ୍ୟନ୍ତ ଆଣବିକ ଶକ୍ତି କମିସନର ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+