ଚଳିତ ଆର୍ଥିକ ବର୍ଷରେ ଦେଶର ବାସ୍ତବ ଜି.ଡି.ପି. ହାର ୭.୪ ପ୍ରତିଶତ ଅଭିବୃଦ୍ଧି ଆକଳ
୨୦୨୫-୨୬ ଆର୍ଥିକ ବର୍ଷରେ ବାସ୍ତବ ମୋଟ୍ ଘରୋଇ ଉତ୍ପାଦ- ଜି.ଡି.ପି. ୭.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ନେଇ ଆକଳନ କରାଯାଇଛି । ଗତ ଆର୍ଥିକ ବର୍ଷରେ ଏହି ହାର ୬.୫ ପ୍ରତିଶତ ଥିଲା । ମିଳିଥିବା ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ବାସ୍ତବ ଜି.ଡି.ପି. ୨୦୧ ଲକ୍ଷ କୋଟି ଟଙ୍କା ସ୍ତରରେ ପହଞ୍ôଚବାର ଆକଳନ କରାଯାଇଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଆକଳନ
୧୮୭ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରହିଥିଲା ।

ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି, ଆକଳନ କରାଯାଇଥିବା ବାସ୍ତବ ଅଭିବୃଦ୍ଧି ହାସଲ କରିବା ଦିଗରେ ସେବାକ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ବିଶେଷକରି ବାଣିଜ୍ୟ, ହୋଟେଲ୍, ପରିବହନ, ଯୋଗାଯୋଗ ଏବଂ ସେବା ସମ୍ପର୍କିତ ପ୍ରସାରଣ କ୍ଷେତ୍ର ଏହି ଆର୍ଥିକ ବର୍ଷରେ ୭.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାର ଆକଳନ କରାଯାଇଛି । ଏତଦ୍ବ୍ୟତୀତ ଉତ୍ପାଦନ ଓ ନିର୍ମାଣ କ୍ଷେତ୍ର ମଧ୍ୟ ୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାର ଆକଳନ କରାଯାଇଛି ବୋଲି ସରକାରୀଭାବେ କୁହାଯାଇଛି ।












Click it and Unblock the Notifications