Get Updates
Get notified of breaking news, exclusive insights, and must-see stories!

କେହି ଖୁସିରେ ରିକ୍ସା ଟାଣନ୍ତି ନାହିଁ : ସୁପ୍ରିମକୋର୍ଟ

ଆଉ ମଣିଷକୁ ଟାଣିବନି ମଣିଷ। ସବୋର୍ଚ୍ଚ ନ୍ୟାୟଳୟ ରିକ୍ସା ଟଣା ଉପରେ ଲଗାଇଲେ ରୋକ। ଏହି କଥା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରିକ୍ସା ଟଣାକୁ ଅମାନବୀୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସଭ୍ୟ ସମାଜରେ ରିକ୍ସା ଟଣା ଅଶୋଭନୀୟ କହିଛନ୍ତି କୋର୍ଟ। ଜଣେ ବ୍ୟକ୍ତି ଆଉ ଜଣଙ୍କୁ ଟାଣିବ କାହିଁକି। ସ୍ୱାଧୀନତାର ୭୮ ବର୍ଷ ପରେ ଏସବୁ ବୃତ୍ତି ପାଇଁ କାହିଁକି କରାଯାଉଛି ବାଧ୍ୟ ପ୍ରଶ୍ନ କଲେ କୋର୍ଟ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିଆର ଗବାଇ ଏବଂ ଅନ୍ୟ ଦୁଇ ବିଚାରପତିଙ୍କ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, କୌଣସି ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ନିଜ ଇଚ୍ଛାରେ ଟାଣେ ନାହିଁ । କେବଳ ଜୀବନ ଯାପନ କରିବାର କୌଣସି ସାଧନ ନଥିବାରୁ ଏପରି କରିଥାଏ ।

ଯେତେବେଳେ ଆମର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନ ଏବଂ ସମାନତାର ଅଧିକାର ଦିଏ, ତେବେ ଏପରି କିପରି ହୋଇପାରିବ ? ସମ୍ବିଧାନର ପ୍ରଚଳନର ୭୫ ବର୍ଷ ପରେ ଏ ଅସାମ୍ବିଧାନିକ କାର୍ଯ୍ୟ କାହିଁକି ହେଉଛି ବୋଲି ପଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ ତୁରନ୍ତ ରିକ୍ସାଟଣା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସବୋର୍ଚ୍ଚ ନ୍ୟାୟଳୟ । ରିକ୍ସାକୁ ବେଉସା କରିଥିବା ଲୋକଙ୍କ ପାଇଁ ହେଉ ବିକଳ୍ପ ବ୍ୟବସ୍ଥା ବୋଲି କହିଛନ୍ତି କୋର୍ଟ।

supremecourt

ମହାରାଷ୍ଟ୍ରର ପଶ୍ଚିମଘାଟ ପର୍ବତମାଳାରେ ମାଥେରାନ ହିଲଷ୍ଟେସନ । ଏଠାରେ ପରିବେଶକୁ ରକ୍ଷା କରିବା ପାଇଁ କୌଣସି ଯାନବାହାନ ନିଷେଧ କରାଯାଇଛି । ତେଣୁ ଏଠାରେ ହାତ ଟଣା ରିକ୍ସାକୁ ବ୍ୟବହାର କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+