ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ଉଦାହରଣ', ରାଷ୍ଟ୍ରପତି

ଆଜି ହେଉଛି ସମ୍ବିଧାନ ଦିବସ, ଯାହା ପ୍ରତିବର୍ଷ ୨୬ ନଭେମ୍ବରରେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ଭାରତ ନିଜ ସମ୍ବିଧାନକୁ ଅଙ୍ଗୀକାର ବା ଗ୍ରହଣ କରିଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିର ଏହି ବିଶେଷ ସମାରୋହର ନେତୃତ୍ୱ ନେଇଛନ୍ତି । ପୁରୁଣା ସଂସଦ ଭବନର ଐତିହାସିକ କେନ୍ଦ୍ରୀୟ କକ୍ଷ (ସେଣ୍ଟ୍ରାଲ ହଲ୍)ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନିଜର ଉଦ୍‌ବୋଧନ ଦେବାବେଳେ ରାଷ୍ଟ୍ରପତି ମୁର୍ମୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି , ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ଏକ ଉଦାହରଣ । ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ।

President

୯ଟି ଭାଷାରେ ସମ୍ବିଧାନର ଅନୁବାଦିତ ସଂସ୍କରଣ

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଲାୟାଲମ୍, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମିୟା (ଆସାମୀ) ସମେତ ୯ଟି ଭାଷାରେ ସମ୍ବିଧାନର ଅନୁବାଦିତ ସଂସ୍କରଣ ଜାରି କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, "ସମ୍ବିଧାନ ଦିବସର ଏହି ଐତିହାସିକ ଅବସରରେ ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଅତ୍ୟନ୍ତ ଖୁସି । ଆଜିର ଦିନରେ ଆମେ ଭାରତବାସୀ ନିଜ ସମ୍ବିଧାନକୁ ଅଙ୍ଗୀକାର କରିଥିଲୁ । ସ୍ୱାଧୀନତା ପରେ ସମ୍ବିଧାନ ସଭା ଭାରତର ଅନ୍ତରୀଣ ସଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା। ଚିଠା କମିଟିର ଅଧ୍ୟକ୍ଷ ବାବା ସାହେବ ଡ. ଭୀମରାଓ ଆମ୍ବେଦକର ଆମ ସମ୍ବିଧାନର ପ୍ରମୁଖ ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।"

ଭାରତ ଏକ ଏବଂ ସର୍ବଦା ଏକ ରହିବ: ଉପରାଷ୍ଟ୍ରପତି

କାର୍ଯ୍ୟକ୍ରମ ସମୟରେ ନିଜ ଅଭିଭାଷଣରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ କହିଥିଲେ, "... ଆମ ସମ୍ବିଧାନର ଚିଠା ପ୍ରସ୍ତୁତି, ଏହା ଉପରେ ତର୍କବିତର୍କ ଏବଂ ରୂପାୟନ ସମ୍ବିଧାନ ସଭାରେ ଭାରତ ମାତାର ମହାନ ନେତାମାନଙ୍କ ଦ୍ୱାରା କରାଯାଇଥିଲା । ଏହା ସ୍ୱାଧୀନତା ସଂଗ୍ରାମରେ ସାମିଲ ଆମର ଲକ୍ଷ ଲକ୍ଷ ଦେଶବାସୀଙ୍କ ସାମୂହିକ ଜ୍ଞାନ, ତ୍ୟାଗ ଏବଂ ସ୍ୱପ୍ନର ପ୍ରତୀକ । ମହାନ ବିଦ୍ୱାନ, ଚିଠା କମିଟି ଏବଂ ସମ୍ବିଧାନ ସଭାର ସଦସ୍ୟମାନେ କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଗଭୀର ବିଚାର କରିଥିଲେ । ସେମାନଙ୍କ ନିସ୍ୱାର୍ଥପର ଅବଦାନ ଆଜି ଭାରତକୁ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରରେ ପରିଣତ କରିଛି । ଆମର ସମ୍ବିଧାନ ବୁଦ୍ଧିମତା ଏବଂ ଜୀବନ୍ତ ଅନୁଭବ, ତ୍ୟାଗ, ଆଶା ଓ ଆକାଂକ୍ଷାରୁ ନିର୍ମିତ ହୋଇଛି । ଆମ ସମ୍ବିଧାନର ଆତ୍ମା ପ୍ରମାଣିତ କରିଛି ଯେ ଭାରତ ଏକ ଅଟେ ଏବଂ ସର୍ବଦା ଏକ ରହିବ...। "

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+