ନୂଆ ବାଣିଜ୍ୟଚୁକ୍ତି ପରେ ଆମେରିକା ସହ ଭାରତର ବାର୍ଷିକ ବାଣିଜ୍ୟ ଅଭିବୃଦ୍ଧି ଅତିକ୍ରମ କରିବ ୯୦ ବିଲିୟନ ଡଲାର
ନୂଆ ବାଣିଜ୍ୟ ଚୁକ୍ତି ପରେ ଆମେରିକା ସହ ଭାରତର ବାଣିଜ୍ୟ ଅଭିବୃଦ୍ଧି ବାର୍ଷିକ ୯୦ ବିଲିୟନ ଡଲାର ଅତିକ୍ରମ କରିବ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗବେଷଣା ରିପୋର୍ଟରେ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ ଉଭୟ ଦେଶ ମଧ୍ୟରେ ଅତିରିକ୍ତ ବାଣିଜ୍ୟିକ କାରବାର ବାର୍ଷିକ ୪୫ ବିଲିୟନ ଡଲାରକୁ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା କୁହାଯାଇଛି ।

ଫଳରେ ଭାରତର ଜିଡିପିରେ ୧ ଦଶମିକ ୧ ପ୍ରତିଶତ ବୃଦ୍ଧି ପାଇବ ବୋଲି ଏସ୍ବିଆଇ କହିଛି । ବୈଦେଶିକ ମୁଦ୍ରା ଭଣ୍ଡାର ୩ ବିଲିୟନ ଡଲାର ଜମା ବୃଦ୍ଧି ପାଇବା ନେଇ ମଧ୍ୟ ଆକଳନ କରାଯାଇଛି । ଏସ୍ବିଆଇର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ କହିଛନ୍ତି ଭାରତର ରପ୍ତାନୀକାରୀମାନେ ପ୍ରମୁଖ ୧୫ଟି ସାମଗ୍ରୀର ରପ୍ତାନୀ ପରିମାଣ ଚଳିତବର୍ଷ ୯୭ ବିଲିୟନ ଡଲାରକୁ ବୃଦ୍ଧି ହେବାକୁ ଥିବାବେଳେ ସ୍ଥଳ ବିଶେଷରେ ଏହା ୧୦୦ ବିଲିୟନ ଡଲାର ଅତିକ୍ରମ କରିବାର ସମ୍ଭାବନା ରହିଛି । ସେ କହିଛନ୍ତି ଭାରତର ବାଣିଜ୍ୟିକ ଅଭିବୃଦ୍ଧି ଗତବର୍ଷ ୪୦ ଦଶମିକ ୯ ବିଲିୟନ ରହିଥିଲା ।












Click it and Unblock the Notifications