ଦେଶରେ କାୟା ମେଲାଉଛି କରୋନା, ଗତ 24 ଘଣ୍ଟା ମଧ୍ୟରେ ୯ ଜଣଙ୍କ ମୃତ୍ୟୁ, ପଞ୍ଜାବ ସରକାର ଜାରି କଲେ ଗାଇଡଲାଇନ୍

କାୟା ମେଲାଉଛି କରୋନା । ବଢୁଛି ସଂକ୍ରମଣ, ବଢୁଛି ଚିନ୍ତା । ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଭୟାବହ ପରିସ୍ଥିତି ମୁହାଁ ହେଉଥିବା ବେଳେ କରୋନାକୁ ଆଖି ଆଗରେ ରଖି ପଞ୍ଜାବ ସରକାର ଜାରି କରିଛନ୍ତି ଗାଇଡଲାଇନ୍ । ପଞ୍ଜାବ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଥିବା ବେଳେ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି ।ଭିଡ ସ୍ଥାନରେ ମାସ୍କା ବାଧ୍ୟତାମୂଳକ କରାଯାଇଥିବା ବେଳେ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି । କେମିତି ସଂକ୍ରମଣକୁ ରୋକାଯାଇପାରିବ ସେନେଇ ବ୍ୟକ୍ତିଗତ ସ୍ତରରେ ଲୋକେ ଚେଷ୍ଟା କରିବାକୁ ଅନୁରୋଧ କରିଛନ୍ତି ପଞ୍ଜାବ ସରକାର ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନ ମୋଟ ୭୪୦୦ଆକ୍ଟିଭ୍ ମାମଲା ପଞ୍ଜିକୃତ ହୋଇଛି । ରାଜସ୍ଥାନରେ ଜଣେ ୭୦ ବର୍ଷୀୟା ଏବଂ କେରଳରେ ଜଣେ ୮୨ ବର୍ଷୀୟ ବୃଦ୍ଧ କୋଭିଡ୍ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ତେବେ ଗତ ୨୪ ଘଣ୍ଟାରେ ୯ ଜଣଙ୍କର ଜୀବନ ଯାଇଥିବା ଖବର ମିଳିଛି ।

Covid

ପଞ୍ଜାବରେ ଏଯାଏଁ ୨୯ କରୋନା ମାମଲା ଦେଖିବାକୁ ମିଳିଛି । ବଢୁଥିବା ମାମଲା ଦେଖି ପଞ୍ଜାବ ସରକାର ଆଡଭାଇଜରୀ ଜାରି କରିଛନ୍ତି । ଲୋକମାନଙ୍କୁ ଭିଡ଼ ଜାଗାକୁ ଯିବାକୁ ମନା କରାଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । କରୋନାକୁ ନେଇ ଲୋକମାନେ ସତର୍କତା ଅବଲମ୍ବନ କରନ୍ତୁ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛି । ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ନିରୀକ୍ଷା କରିବାକୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+