ଇତିହାସ ରଚିଲା ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମ୍: ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମ୍ । ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଦଳ ଆଇବିଏସ୍ ବିଶ୍ୱ ଗେମ୍ସରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସୂର୍ଣ୍ଣ ପଦକ ଜିତିଛି । ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ 9 ୱିକେଟରେ ପରାସ୍ତ କରିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ମ୍ୟାଚ୍ ବର୍ମିଂହାମରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିଜୟ ହୋଇଥିଲା ।

cricket

ତେବେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର ମଧ୍ୟରେ 8 ୱିକେଟ୍ ହରାଇ 114 ରମ ସଂଗ୍ରହ କରିଥିଲା । ଯାହାର ଜବାବରେ ଭାରତ 3 ଓଭରରେ ୩ଟି ବଲ୍ ପୂର୍ବରୁ ମାତ୍ର ଗୋଟିଏ ୱିକେଟ୍ ବିନିମୟରେ ଜିତିଛି ।

ସେପଟେ ଭାରତୀୟ ପୁରୁଷ ଦୃଷ୍ଟିହୀନ କ୍ରିକେଟ୍ ଦଳ ଆଇବିଏସ ବିଶ୍ୱ ଗେମ୍ସରେ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଫାଇନାଲରେ ପାକିସ୍ତାନର ସହ ଖେଳିବ ଭାରତୀୟ ଦଳ । ତେବେ ଭାରତୀୟ ମହିଳା ଦଳ ସୂର୍ଣ୍ଣ ଜିତିବା ପରେ ଏବେ ପୁରୁଷ ଟିମରୁ ସୂର୍ଣ୍ଣ ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳ ଟାଇଟଲ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଲିଗ୍ ମ୍ୟାଚ୍‌ରେ ପରାଜୟର ପ୍ରତିଶୋଧ ନେବାର ଉଦ୍ଦେଶ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+