ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବିଶ୍ୱଚାମ୍ପିୟନ ଟିମ୍

ନୂଆଦିଲ୍ଲୀ: ବାର୍ବାଡସରୁ ଫେରି ପାରୁନାହାନ୍ତି ଭାରତୀୟ କ୍ରିକେଟ ଖେଳାଳି । ପୁଣି ଫେରିବା ସମୟ ବିଳମ୍ବ ହୋଇଛି । ପୂର୍ବ ରିପୋର୍ଟ ଅନୁସାରେ, ଆଜି ଟିମ୍ ଇଣ୍ଡିଆ ଏବଂ ସେମାନଙ୍କ ପରିବାର ଦିଲ୍ଲୀରେ ପହଞ୍ଚିବାର ଥିଲା । କିନ୍ତୁ ଆସନ୍ତାକାଲି ଆସିବେ ବୋଲି କୁହାଯାଉଛି ।ଜୁନ୍ ୨୯ରେ ବାର୍ବାଡସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଶେଷ ହୋଇଥିଲା । କିନ୍ତୁ ସେଠାରେ ଏକ ଘୂର୍ଣ୍ଣିଝଡ଼ ବେରିଲ୍ ସୃଷ୍ଟି ହେବା କାରଣରୁ ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ କରିପାରି ନଥିଲା ।

ଜୁଲାଇ ୧ରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ବିସିଆଇ ବାର୍ବାଡସକୁ ସ୍ୱତନ୍ତ୍ର ବିମାନ ପଠାଇଥିଲା । ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ଭାରତୀୟ କ୍ରିକେଟ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫେରିବା ପରେ ଭେଟିବେ । ଟିମ ଇଣ୍ଡିଆ ଗୁରୁବାର ଦିଲ୍ଲୀରେ ପହଞ୍ଚିବ । ଟିମ ଇଣ୍ଡିଆ ଗୁରୁବାରସକାଳ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଖେଳାଳି ମୁମ୍ବାଇ ଯିବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଭାରତୀୟ କ୍ରିକେଟ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ । ଏଠାରେ ଟିମ ଇଣ୍ଡିଆ ଖେଳାଳିମାନେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଏକ ଖୋଲା ବସ୍‌ରେ ବିଜୟ ପରେଡରେ ଅଂଶଗ୍ରହଣ କରିବେ । ଏହି ପ୍ୟାରେଡ ନରିମାନ ପଏଣ୍ଟରୁ ୱାନକେଡେ ଷ୍ଟାଡିୟମ ମଧ୍ୟରେ ଅନୁଷ୍ଠିତ ହେବ । ଏହା ପରେ ଭାରତୀୟ ଖେଳାଳିଙ୍କୁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

Indian team to meet PM Modi

ଏଏନଆଇର ଖବର ଅନୁଯାୟୀ, ଆଜି ବାର୍ବାଡୋସରୁ ବୋଇଙ୍ଗ ୭୭୭ରେ ବାହାରିଥିବା ଭାରତୀୟ ଦଳ ଆସନ୍ତାକାଲି ଦିଲ୍ଲୀ ପହଞ୍ଚିବେ । ଭାରତୀୟ ଦଳ ସ୍ୱଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ପୂର୍ବାହ୍ଣ ୧୧ଟାରେ ଖେଳାଳିଙ୍କୁ ସାକ୍ଷାତ କରିବେ । ଏହା ପରେ ଖେଳାଳି ମୁମ୍ବାଇ ଫେରିବେ । ମୁମ୍ବାଇରେ ଖୋଲା ବସରେ ଗୋଟିଏ କିଲୋମିଟର ଯାଏ ଭାରତୀୟ ଦଳର ଖେଳାଳିଙ୍କ ଭିକ୍ତି ପରେଡର ଆୟୋଜନ ହେବ ।

ଏହି ପରେଡ ନରିମମ ପଏଣ୍ଟରୁ ଆରମ୍ଭ ହୋଇ ୱାଙ୍ଖଡ଼େ ଷ୍ଟାଡିୟମରେ ସରିବ । ଏହାପରେ ଖେଳାଳିଙ୍କୁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ ବିସିସିଆଇ ସଂପାଦକ ଜୟ ଶାହ ଭାରତୀୟ ଦଳର ସ୍ୱାଗତ ପାଇଁ ବିମାନ ବନ୍ଦରରେ ବିପୁଳ ସଂଖ୍ୟାରେ ସମର୍ଥକ ପହଞ୍ଚି ପାରନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+