Get Updates
Get notified of breaking news, exclusive insights, and must-see stories!

ଆମେରିକାରେ ଭାରତୀୟ ଛାତ୍ର ନିଖୋଜ ଘଟଣା;୯ ରୁ ନିଖୋଜ ଥିଲେ ୧୫ରେ ମିଳିଲା ମୃତଦେବ

ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୯ ତାରିଖରୁ ନିଖୋଜ ଥିଲେ କର୍ଣ୍ଣାଟକର ୨୨ ବର୍ଷୀୟ ସାକେତ ଶ୍ରୀନିବାସୈୟା । ୬ ଦିନ ତଳେ ପଡୋଶୀଙ୍କ ଘର ବାହାରୁ ସାକେତଙ୍କ ଲାପଟପ୍ ଏବଂ ବ୍ୟାଗ୍ ମିଳିଥିଲା । ଆମେରିକା କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କେମିକାଲ ଏବଂ ବାୟୋମଲେକ୍ୟୁଲାର ଇଞ୍ଜିନିୟରିଂ ପଢୁଥିଲେ ସାକେତ । ୯ ତାରିଖରୁ ନିଖୋଜ ଥିବା ସାକେତଙ୍କୁ ଖୋଜା ଖୋଜି ଜାରି ରହିଥିଲା । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକାରେ ଥିବା ଭାରତୀୟ କନସୁଲେଟ ଜେନେରାଲ ।

Indian student

କେଉଁଠୁ ନିଖୋଜ ହୋଇଥିଲେ ସାକେତ ? ରିପୋର୍ଟ ଅନୁସାରେ, ସାକେତଙ୍କୁ ଶେଷ ଥର ପାଇଁ ବର୍କଲି ହିଲ୍ସ ଅଞ୍ଚଳରେ ଦେଖାଯାଇଥିଲା । ସେ ହ୍ରଦ ଆଞ୍ଜା ଯାଇଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ତାଙ୍କ ପାସପୋର୍ଟ ଏବଂ ଲାପଟପ୍ ମିଳିଥିଲା । କର୍ଣ୍ଣାଟକର ମୂଳ ବାସିନ୍ଦା ସାକେତ ଶ୍ରୀନିବାସୈୟା ଆଇଆଇଟି ମାଡ୍ରାସରୁ ବିଟେକ୍‌ ଡିଗ୍ରୀ ହାସଲ କରିଥିଲେ । ଅଧିକ ଅଧ୍ୟୟନ ପାଇଁ ଆମେରିକା ଯାଇଥିଲେ । ୨୦୨୫ରେ କାର୍ଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଥିଲେ ।

ଫେବୃଆରୀ ୧୩ ତାରିଖରେ କର୍ଣ୍ଣାଟକ ସରକାରଙ୍କ ମୁଖ୍ୟ ସଚିବ ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କୁ ଚିଠି ଲେଖିଥିଲେ । ସାକେତଙ୍କ ପରିବାରକୁ ମିଳିଥିବା ସୂଚନା ଅନୁସାରେ ବର୍କଲି ପୁଲିସରେ ଅଭିଯୋଗ ଦାଖଲ ସତ୍ତ୍ୱେ ସାକେତଙ୍କର କୌଣସି ସନ୍ଧାନ ମିଳିନଥିଲା ଚିଠିରେ ଲେଖାଯାଇଥିଲା । ପରିସ୍ଥିତିର ଗମ୍ଭୀରତା ଏବଂ ପରିବାରରେ ବଢୁଥିବା ଚିନ୍ତାକୁ ଦୃଷ୍ଟିରେ ରଖି ହସ୍ତକ୍ଷେପ ଲୋଡ଼ିଥିଲେ କର୍ଣ୍ଣାଟକ ସରକାର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+