ବିମାନରେ ଭାରତୀୟ ଛାତ୍ରଙ୍କ ଅଭଦ୍ର ଆଚରଣ, ସହଯାତ୍ରୀଙ୍କ ଉପରେ କଲେ ପରିଶ୍ରା

ବିମାନରେ ଭାରତୀୟ ଛାତ୍ରଙ୍କ ଅଭଦ୍ର ଆଚରଣ । ପାଖରେ ବସିଥିବା ନିଜ ସହଯାତ୍ରୀଙ୍କ ଉପରେ ସେ ପରିଶ୍ରା କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଭାରତର ୨୧ ବର୍ଷିୟ ଯୁବକ । ମଦ ନିଶଆରେ ସେ ଏପରି କରିଥିବା ନେଇ ଅଭିଯୋଗ ହୋଇଛି ।

 American Airlines

ନୂଆଦିଲ୍ଲୀ: ବିମାନରେ ଭାରତୀୟ ଛାତ୍ରଙ୍କ ଅଭଦ୍ର ଆଚରଣ । ପାଖରେ ବସିଥିବା ନିଜ ସହଯାତ୍ରୀଙ୍କ ଉପରେ ସେ ପରିଶ୍ରା କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଭାରତର ୨୧ ବର୍ଷିୟ ଯୁବକ । ମଦ ନିଶଆରେ ସେ ଏପରି କରିଥିବା ନେଇ
ଅଭିଯୋଗ ହୋଇଛି । ଅଭିଯୁକ୍ତକୁ CISFକୁ ହସ୍ତାନ୍ତର କରାଯାଇଛି । ସେହିପରି ଅଭିଯୁକ୍ତକୁ ସାରା ଜୀବନ ବ୍ୟାନ୍ କଲା ଆମେରିକାନ୍ ଏୟାରଲାଇନ୍ସ । ପୁରା ଘଟଣା ଉପରେ ରିପୋର୍ଟ ମାଗିଲା DGCA । ଏହି ବିମାନଟି ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିଲା ।

ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ଘଟଣା AA292 ଆମେରିକୀୟ ଏୟାରଲାଇନ୍ସର ବିମାନରେ ଘଟିଥିଲା ।

ଏହି ବିମାନ ନ୍ୟୁୟର୍କରୁ ଶୁକ୍ରବାର ରାତି ୯:୧୬ରେ ଉଡାଣ ଭରିଥିଲା ଏବଂ ଶନିବାର ଦିନ ୧୦:୧୨ରେ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ୧୪ ଘଣ୍ଟା ୨୬ ମିନିଟ୍ ପରେ ଅବତରଣ କରିଥିଲା । ଅଭିଯୁକ୍ତ ଜଣକ ଆମେରିକାର ଏକ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ସେ ଏକ ନିଶା ଶକ୍ତ ଅବସ୍ଥାରେ ଶୋଇଥିବା ସମୟରେ ପରିସ୍ରା କରିଥିଲେ । ଯାହାକୁ ନେଇ ଯୁବକ ଜଣ କହିଛନ୍ତି ଯେ, ସେ ଏପରି ଜାଣିଶୁଣି କରିନାହାଁନ୍ତି । ନିଦରେ ଅଜଣାତାରେ ଏପରି କରିଛନ୍ତି ।

ସୂତ୍ରରୁ ପ୍ରକାଶ ଯେ, ଛାତ୍ର ଏଥିପାଇଁ କ୍ଷମା ମାଗିଛନ୍ତି,ସେହିପରି ସହଯାତ୍ରୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମନା କରିଦେଇଛନ୍ତି, କାରଣ ଏହା ତାଙ୍କ କ୍ୟାରିୟରକୁ ନଷ୍ଟ କରିପାରେ । ଅନ୍ୟପକ୍ଷରେ ବିମାନ ସେବା ଏହାକୁ ଗୁରୁତର ସହ ନେଇ ଆଇଜି ବିମାନବନ୍ଦରରେ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+