ଆମେରିରାରେ ପୁଣି ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ
Crime News: ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ । ଜିମ୍ ଯିବା ସମୟରେ ଛୁରୀରେ ଆକ୍ରମଣ ହୋଇଥିବା ନେଇ ସୂଚନା । ସୂଚନା ଅନୁସାରେ, ଛାତ୍ରଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଅଛି । ଏଥର ଇଣ୍ତିଆନା ରାଜ୍ୟରେ ଏପରି ଘଟଣା ଘଟିଛି । ଆମେରିକାରେ ଅବସ୍ଥାପିତ ଭାରତୀୟ ଛାତ୍ରମାନଙ୍କ ଉପରେ ଲଗାତାର ଆକ୍ରମଣ ହୋଇଆସୁଛି ।
ସୂଚନା ଅନୁସାରେ, ଆମେରିକାର ଇଣ୍ତିଆନ ରାଜ୍ୟରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ର ଜିମ ଯିବା ସମୟରେ ତାଙ୍କ ଉପରେ ଛୁରାମାଡ଼ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଅଛି ବୋଲି କୁହାଯାଉଛି । ତେବେ ଜୋର୍ଡାନ ଆଣ୍ତ୍ରେଡ ନାମକ ଜଣେ ଆମେରିକୀୟ ଯୁବକ ତାଙ୍କ କାନରେ ଛୁରା ମାଡ଼ କରିଥିବା ନେଇ ସୂଚନା ରହିଛି ।

ଖବର ଅନୁସାରେ, ଆକ୍ରମଣକାରୀଙ୍କୁ ଗିରଫ କରାଯାଇ ସରିଛି ଏବଂ ଏହି ଘଟଣାର ତଦନ୍ତ ଜାରି ରହିବା ସହ ହତ୍ୟା ଉଦ୍ୟମ ଆଧାରରେ ଏକ ମାମଲା ରୁଜୁ କରାଯାଇଛି । ବରୁଣ ନାମନକ ଜଣେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବରୁଣ ଠାରୁ ବିପଦର ଆଶଙ୍କା କରୁଥିଲେ ଆଣ୍ତ୍ରେଡ । ସେଥିପାଇଁ ସେ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ ।
ବରୁଣ ତାଙ୍କୁ ପୂର୍ବରୁ ଅନେକ ଥର ଧମକ ଦେଇଥିଲେ । ଏପରକି ବରୁଣ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିଲେ । ସେଥିପାଇଁ ଭୟଭୀତ ହୋଇ ସେ ବରୁଣଙ୍କ ଉପରେ ଆକ୍ରମଣ କରିଛନ୍ତି । ସେପଟେ ବରୁଣଙ୍କୁ ପୋର୍ଟ ୱେନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ବଞ୍ଚିବାର ସମ୍ଭାବନା କମ୍ ବୋଲି କୁହାଯାଉଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications