Get Updates
Get notified of breaking news, exclusive insights, and must-see stories!

ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର, ନିବେଶକ ହରାଇଲେ ୯ ଲକ୍ଷ କୋଟି ଟଙ୍କା

ସାରା ଦେଶରେ ହୋଲିର ମାହୋଲ । ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇ ଧୁମଧାମରେ ଉତ୍ସବ ପାଳନ କରୁଛନ୍ତି । କିନ୍ତୁ ଇରାନ-ଇସ୍ରାଏଲ ଏବଂ ଆମେରିକା ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର । ବଜାର ଖୋଲିବା ପରେ ସେନସେକ୍ସ ଏବଂ ନିଫ୍ଟି କ୍ରାଶ୍ କରିଯାଇଛି ।

Indian stock market

ବୁଧବାର ସେନସେକ୍ସ ୧୭୦୦ ଅଙ୍କ ଖସି ୭୮୬୦୦ରେ ଟ୍ରେଡ୍ କରୁଛି । ନିଫ୍ଟି ମଧ୍ୟ ୫୦୦ ଅଙ୍କ ଖସି ୨୪୩୫୦ରେ ଟ୍ରେଡ୍ କରୁଛି । ଅନ୍ୟ ଦିଗରେ ବ୍ୟାଙ୍କ୍ ନିଫ୍ଟି ମଧ୍ୟ ୧୦୦୦ ଅଙ୍କ ତଳକୁ ଖସିଛି ।

ବିଏସଇର ଟପ୍ ୩୦ ସେୟାର ଉପରେ ନଜର ପକାଇଲେ ଟେକ୍ କମ୍ପାନୀକୁ ଛାଡି ଅନ୍ୟ ସବୁ କ୍ଷତିରେ କାରବାର କରୁଛନ୍ତି । ଏଲ ଆଣ୍ଡ୍ ଟି ସେୟାର ସବୁଠୁ ଅଧିକ ୬ ପ୍ରତିଶତ ତଳକୁ ଖସିଛି । ମହିନ୍ଦ୍ରା ଏବଂ ଇଣ୍ଡିଗୋ ସେୟାର ଦାମ୍ କମିଛି ।

ମାର୍କେଟ୍ କ୍ରାଶ୍ କରିବା କାରଣରୁ ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ସୋମବାର ମାର୍କେଟ୍ କ୍ୟାପ୍ ୪୫୬ ଲକ୍ଷ କୋଟି ଟଙ୍କା ଥିଲା । ଏହା ବୁଧବାର ୪୪୭ ଲକ୍ଷ କୋଟିକୁ ଆସିଯାଇଛି । ଅର୍ଥାତ ଆଜି ନିବେଶକଙ୍କ ନିବେଶ ୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+