"ମହାମାରୀ ସମୟରେ ଦେଶରେ ମୂଲ୍ୟ ବୃଦ୍ଧି କରିଛି ଷ୍ଟାର୍ଟଅପ୍": ମୋଦି

ଆଜି ପ୍ରଧାନମନ୍ତ୍ରୀଙ୍କ ' ମନ କି ବାତ' କାର୍ଯ୍ୟକ୍ରମ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପିଏମ ମୋଦି। ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି ।

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ' ମନ କି ବାତ' କାର୍ଯ୍ୟକ୍ରମ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପିଏମ ମୋଦି। ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ପାର୍ଟି ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ପ୍ରସ୍ତୁତି।

modi

ଦେଶରେ ୟୁନିକର୍ଣ୍ଣ ସଂଖ୍ୟା 100 ରେ ପହଞ୍ଚିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ମଧ୍ୟ ଭାରତର ଷ୍ଟାର୍ଟଅପ୍ ଧନ ଏବଂ ମୂଲ୍ୟ ସୃଷ୍ଟି କରିବାରେ ଲାଗିଛି। ମୋଦି ତାଙ୍କ ମାସିକ 'ମନ୍ କି ବାତ୍' ରେଡିଓ ରେ ଆଜି କହିଛନ୍ତି।

"ଗୋଟିଏ ୟୁନିକର୍ଣ୍ଣର ଅର୍ଥ ହେଉଛି ଅତି କମରେ 7500 କୋଟି ଟଙ୍କାର କାରବାର ହେଉଥିବା ଷ୍ଟାର୍ଟଅପ୍ । ଏହି ୟୁନିକର୍ଣ୍ଣଗୁଡ଼ିକର ମୋଟ ମୂଲ୍ୟ 330 ବିଲିୟନ ଡଲାର, ଯାହା ଭାରତୀୟ ମୁଦ୍ରାରେ 25 ଲକ୍ଷ କୋଟି ଟଙ୍କାରୁ ଅଧିକ । ନିଶ୍ଚିତ ଭାବରେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। "ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ ବର୍ଷ 44 ଟି ୟୁନିକର୍ଣ୍ଣ ଗଠନ କରାଯାଇଥିଲା । କେବଳ ସେତିକି ନୁହେଁ, ଚଳିତ ବର୍ଷ ତିନି-ଚାରି ମାସ ମଧ୍ୟରେ ୧୪ଟି ୟୁନିକର୍ଣ୍ଣ ତିଆରି କରାଯାଇ ସାରିଛି।

ଏହାର ଅର୍ଥ ହେଉଛି ବିଶ୍ୱ ମହାମାରୀ ସମୟରେ ମଧ୍ୟ ଆମର ଷ୍ଟାର୍ଟଅପ୍ ମୂଲ୍ୟ ସୃଷ୍ଟି କରିବାରେ ଲାଗିଥିଲା । ମୋଦି କହିଛନ୍ତି ଯେ, "ଭାରତୀୟ ୟୁନିକର୍ଣ୍ଣର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ଆମେରିକା, ବ୍ରିଟେନ ଏବଂ ଅନ୍ୟ ଅନେକ ଦେଶ ତୁଳନାରେ ଅଧିକ। ଛୋଟ ସହରର ଉଦ୍ୟୋଗୀ ମାନେ ଆସି ସହରାଞ୍ଚଳ ରେ ଷ୍ଟାର୍ଟଅପ୍ କରୁଛନ୍ତି। ଭାରତୀୟ ୟୁନିକର୍ଣ୍ଣ ବିବିଧତା ସୃଷ୍ଟି ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+