ରେକର୍ଡ ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ଭାରତୀୟ ରେଳବାଇ

ଭାରତୀୟ ରେଳବାଇ ୨୦୨୫ ପାଇଁ ୩୮୦ଟି ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ଘୋଷଣା କରିଛି। ବର୍ତ୍ତମାନ ସୁଦ୍ଧା ଏହା ସର୍ବାଧିକ। ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଫଳରେ ପାର୍ବଣ ଋତୁରେ ଭକ୍ତ ଏବଂ ଯାତ୍ରୀମାନଙ୍କ ପାଇଁ ସୁଗମ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ ହେବ। ୨୦୨୩ରେ ମୋଟ ୩୦୫ଟି ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୩୫୮କୁ ବୃଦ୍ଧି ପାଇଥିଲା।

ମହାରାଷ୍ଟ୍ର ଏବଂ କୋଙ୍କଣ ଅଞ୍ଚଳରେ ଅଧିକ ପାର୍ବଣ ଜନିତ ଯାତ୍ରା ଚାହିଦାକୁ ପୂରଣ କରି କେନ୍ଦ୍ରୀୟ ରେଳବାଇ ସର୍ବାଧିକ ୨୯୬ଟି ଟ୍ରେନ ସେବା ପରିଚାଳନା କରିବ। ପଶ୍ଚିମ ରେଳବାଇ ୫୬ଟି ଗଣପତି ସ୍ୱତନ୍ତ୍ର ଟ୍ରେନ ଯାତ୍ରା, କୋଙ୍କଣ ରେଳବାଇ (କେଆରସିଏଲ) ୬ଟି ଯାତ୍ରା ଏବଂ ଦକ୍ଷିଣ ପଶ୍ଚିମ ରେଳବାଇ ୨୨ଟି ଯାତ୍ରା ପରିଚାଳନା କରିବ।

Indian Railways to Run Record 380 Ganpati Special Train Trips

କୋଙ୍କଣ ରେଳବାଇ ଦେଇ ଚଳାଚଳ କରିବାକୁ ଥିବା ଗଣପତି ସ୍ପେଶାଲ ଟ୍ରେନ୍‌ଗୁଡ଼ିକ କୋଲାଡ, ଇନ୍ଦାପୁର, ମାଣଗାଓ, ଗୋରେଗାଓଁ ରୋଡ୍, ବୀର, ସାପେ ୱାମଣେ, କରଞ୍ଜାଡି, ୱିହ୍ନେରେ, ଦିୱାଣଖାଓଟି, କଳମ୍ବଣୀ ବୁଦ୍ରୁକ୍, ଖେଡ, ଅଞ୍ଜନି, ଚିପଳୁଣ, କାମାଠେ, ସାୱାର୍ଡା, ଆରୱଲୀ ରୋଡ୍, ସଙ୍ଗମେଶ୍ୱର ରୋଡ୍, ରତ୍ନଗିରି, ଆଡ଼ୱଲୀ, ୱିଲୱଡେ, କଣକୱଲୀ, ସିନ୍ଧୁଦୁର୍ଗ, କୁଡାଳ, ଝାରାପ, ସାୱନ୍ତୱାଡି ରୋଡ, ମଡୁରେ, ଥିଭିମ, କରମାଳି, ମଡଗାଓଁ ଜଙ୍କସନ, କାରୱାର, ଗୋକର୍ଣ୍ଣ ରୋଡ, କୁମଠା, ମୁର୍ଡେଶ୍ୱର, ମୁକାମ୍ବିକା ରୋଡ, କୁନ୍ଦାପୁରା, ଉଡୁପି, ମୁଲକି ଏବଂ ସୁରଥକାଲ ଆଦି ସ୍ଥାନରେ ରହଣି କରିବାକୁ ଯୋଜନା କରାଯାଇଛି ।

ଶ୍ରୀଗଣେଶଙ୍କ ପୂଜା ୨୭ ଅଗଷ୍ଟରୁ ୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ସମୟରେ ଆଶା କରାଯାଇଥିବା ପର୍ବପର୍ବାଣୀ ଭିଡ଼କୁ ପୂରଣ କରିବା ପାଇଁ, ଗଣପତି ସ୍ୱତନ୍ତ୍ର ଟ୍ରେନ୍ ୧୧ ଅଗଷ୍ଟ ୨୦୨୫ ଠାରୁ ଚଳାଚଳ କରୁଛି । ତେବେ ପାର୍ବଣ ପାଖେଇ ଆସିବା ସହିତ ସେବାଗୁଡ଼ିକ କ୍ରମଶଃ ବୃଦ୍ଧି କରାଯିବ।

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ବିସ୍ତୃତ ସମୟସୂଚୀ ଆଇଆରସିଟିସି ୱେବସାଇଟ୍, ରେଲୱାନ ଆପ୍ ଏବଂ କମ୍ପ୍ୟୁଟରାଇଜଡ୍ ପିଆରଏସରେ ଉପଲବ୍ଧ।

ଭାରତୀୟ ରେଳବାଇ ବିଶେଷକରି ପର୍ବପର୍ବାଣୀ ସମୟରେ ଚାହିଦା ଯଥେଷ୍ଟ ଅଧିକ ରହୁଥିବାକୁ ଦୃଷ୍ଟିରେ ରଖି ନିରାପଦ, ନିର୍ଭରଯୋଗ୍ୟ ଏବଂ ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ସଂକଳ୍ପବଦ୍ଧ ରହିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+