ରେଳ ବିଭାଗର ବଡ଼ ନିଷ୍ପତ୍ତି:ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାର ବାଧ୍ୟତାମୂଳକ
କିଛି ସମୟ ଧରି IRCTC ରେ ବହୁ ସଂଖ୍ୟକ ଅଭିଯୋଗ ପାଉଥିଲା। ଯାତ୍ରୀମାନେ ଅଭିଯୋଗ କରୁଥିଲେ ଯେ, ସେମାନେ ମୋବାଇଲ୍ ଆପ୍ କିମ୍ବା ୱେବସାଇଟରୁ ତତ୍କାଳ ଟିକେଟ୍ ବୁକ୍ କରିପାରୁନାହାଁନ୍ତି।
ତେବେ ତତ୍କାଳ ଟିକେଟ ଠକେଇକୁ ରୋକିବା ପାଇଁ, ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାରକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି । ଏହି ନୂଆ ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ ଇ-ଆଧାର ବ୍ୟବହାର କରିବାକୁ ପଡ଼ିବ, ଯାହା ଡିଜିଟାଲ୍ ରୂପରେ ଆଧାର କାର୍ଡର ସତ୍ୟତା ଯାଞ୍ଚ କରିବ। ଏହା ଦ୍ୱାରା ଟିକେଟ୍ ବୁକିଂ ପ୍ରକ୍ରିୟାକୁ ଅଧିକ ଫଳପ୍ରଦ ଓ ସୁରକ୍ଷିତ କରାଯିବ ବୋଲି କହିଛି ରେଳ ବିଭାଗ।

ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତତ୍କାଳ ଟିକେଟ୍ ବୁକିଂରେ କଳାବଜାରୀ ଓ ଦଲାଲଙ୍କ ଦ୍ୱାରା ହେଉଥିବା ଅନିୟମିତତାକୁ ରୋକିବା । ଇ-ଆଧାର ସଂଯୋଗ ମାଧ୍ୟମରେ ଯାତ୍ରୀଙ୍କ ପରିଚୟ ସହଜରେ ଯାଞ୍ଚ କରାଯାଇପାରିବ, ଫଳରେ ପ୍ରକୃତ ଯାତ୍ରୀ ସହଜରେ ଟିକେଟ୍ ପାଇପାରିବେ । ରେଳ ବିଭାଗ ଜଣାଇଛି, ଯେ ଏହି ନିୟମ ଶୀଘ୍ର ଲାଗୁ ହେବ, ତେବେ ଏହାର ସଠିକ୍ ତାରିଖ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଯେଉଁମାନଙ୍କର ଆଧାର କାର୍ଡ ନାହିଁ, ସେମାନଙ୍କ ପାଇଁ ବିକଳ୍ପ ପରିଚୟ ପତ୍ର ବ୍ୟବହାରର ସୁବିଧା ମଧ୍ୟ ରହିବ ।












Click it and Unblock the Notifications