କର୍ତ୍ତବ୍ୟ ପଥଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୭୬ତମ ଗଣତନ୍ତ୍ର ଦିବସ କର୍ତ୍ତବ୍ୟ ପଥଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ଏହି ସମାରୋହରେ ଭାରତରୁ ମୁଖ୍ୟ ଅତିଥି ଭାବରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ଯୋଗ ଦେଉଛନ୍ତି। ପରେଡ୍ ସମୟରେ ଇଣ୍ଡୋନେସିଆର ମାର୍ଚ୍ଚିଂ ଦଳ ମଧ୍ୟ କର୍ତ୍ତବ୍ୟ ପଥରେ ପରେଡ୍ କରିଥିଲେ।

Draupadi Murmu

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ ମୁଖ୍ୟ ଅତିଥି ହେବେ । ତେବେ ସବୁଠାରୁ ବଡ କଥା ପ୍ରବୋବ ସୁବିୟାଣ୍ଟୋ ରାଜନୀତି ଅପେକ୍ଷା ସୈନ୍ୟ କ୍ଷେତ୍ର ସହ ଜଡିତ। ଯେତେବେଳେ ଭାରତର ପ୍ରଥମ ଗଣତନ୍ତ୍ର ଦିବସ ପାଳିଥିଲା ସେତେବେଳେ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ସେବେଠାରୁ, ଏହା ଚତୁର୍ଥ ଥର ହେବାକୁ ଯାଉଛି ଯାହା ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟଙ୍କୁ ଭାରତରେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଉଛି।

ଏଥିସହିତ କର୍ତ୍ତବ୍ୟ ପଥରେ ତିନି ସେନାର ମିଳିତ ପରେଡ ଦେଖିବ ଦେଶ। ଯୁଦ୍ଧକ୍ଷେତ୍ରର ଦୃଶ୍ୟାବଳୀ ପ୍ରଦର୍ଶିତ କରିବ ତିନି ସେନା। କର୍ତ୍ତବ୍ୟପଥର ପରେଡ ଦେଖିବା ପାଇଁ ୬୦୦ ରୁ ଅଧିକ ପଞ୍ଚାୟତ ସଦସ୍ୟ ବିଶେଷ ଅତିଥି ଭାବେ ନିମନ୍ତ୍ରିତ ହୋଇଛନ୍ତି । ଏହି ସ୍ୱତନ୍ତ୍ର ଅତିଥିମାନଙ୍କୁ ସେମାନଙ୍କ ପଞ୍ଚାୟତରେ ପ୍ରମୁଖ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସୁବିଧା ସୁଯୋଗ ଦେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଚୟନ କରାଯାଇଛି । ଏହା ବ୍ୟତିତ ସରକାରଙ୍କ ତରଫରୁ କ୍ରୀଡାରେ ଉନ୍ନତ୍ତ ପ୍ରଦର୍ଶନ କରିଥିବା ଏବଂ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ଆମନ୍ତ୍ରିତ କରାଯାଇଛି । ଏହା ବାଦ ୫୦୦୦ କଳାକାରଙ୍କୁ ନେଇ ୧୧ ମିନିଟର ଏକ ସାଂସ୍କୃତିକ ପ୍ରଦର୍ଶନୀ ଆୟୋଜିତ ହେବ । ଏହି ପ୍ରଦର୍ଶନରେ ଦେଶର ବିଭିନ୍ନ ସ୍ଥାନରୁ 45 ରୁ ଅଧିକ ନୃତ୍ୟ ଶୈଳୀ ସାମିଲ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+