75 ବର୍ଷ ପରେ ଦୁଇ ଭାଇଙ୍କର ହେଲା ମହାମିଳନ, ସାହାଯ୍ୟ କଲେ ୟୁଟ୍ୟୁବର
ଦୀର୍ଘ 75 ବର୍ଷ ପରେ ଦୁଇ ଭାଇଙ୍କର ହେଲା ମହାମିଳନ । ଏକାଠି ହେବା ପାଇଁ ସାହାଯ୍ୟ କଲେ ୟୁଟ୍ୟୁବର।
ଇସଲାମାବାଦ: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ 75 ବର୍ଷ ପରେ ଦୁଇ ଭାଇ ହେଲେ ଏକାଠି । 1947 ରେ ବିଭାଜନ ବେଳେ ମାତ୍ର 6 ମାସ ହୋଇଥିବା ବେଳେ ଭାରତୀୟ ସିକା ଖାନ ବଡ ଭାଇ ସାଦିକଙ୍କୁ ହରାଇଥିଲେ । ଚଳିତ ବର୍ଷ ବିଭାଜନର 75 ତମ ବାର୍ଷିକୀ ପାଳନ କରାଯାଉଛି, ଯେଉଁଥିରେ ସାମ୍ପ୍ରଦାୟିକ ରକ୍ତପାତରେ ସମ୍ଭବତଃ ଏକ ନିୟୁତରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, ସିକାଙ୍କ ପରି ପରିବାର ଅଲଗା ହୋଇଯାଇଥିଲେ ଏବଂ ଦୁଇଟି ସ୍ୱାଧୀନ ରାଷ୍ଟ୍ର ପାକିସ୍ତାନ ଏବଂ ଭାରତ ସୃଷ୍ଟି କରାଯାଇଥିଲା ।

ସାମ୍ପ୍ରଦାୟିକ ହତ୍ୟାକାଣ୍ଡରେ ସିକାଙ୍କ ପିତା ଏବଂ ଭଉଣୀ ନିହତ ହୋଇଥିଲେ, କିନ୍ତୁ ମାତ୍ର 10 ବର୍ଷ ବୟସ୍କ ସାଦିକ୍ ପାକିସ୍ତାନ ପଳାୟନ କରିବାରେ ସଫଳ ହୋଇଥିଲେ। ବିଭାଜନ ହିଂସାର ଶିକାର ହୋଇଥିବା ପଶ୍ଚିମ ଭାରତୀୟ ରାଜ୍ୟ ପଞ୍ଜାବର ଭଟିଣ୍ଡାରେ ରୁହନ୍ତି ସିକା । ବିଭାଜନ ପରେ ପରିବାରକୁ ହରାଇବାର ଦୁଃଖ ସହ୍ୟ ନକରି ମାଆ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହାପରେ ସଂପୂର୍ଣ୍ଣ ଏକାକି ପଡୋଶୀ ଓ କିଛି ଲୋକଙ୍କ ସହାୟତା ଧିରେ ଧିରେ ବଡ ହୋଇଥିବା ନେଇ କହିଛନ୍ତି ସିକା ।
ସେ ପିଲାଦିନରୁ ସିକା ତାଙ୍କ ଭାଇ ଓ ପରିବାର ଅନ୍ୟ ସଦସ୍ୟଙ୍କ ବାବଦରେ ଜାଣିବା ପାଇଁ ଚେଷ୍ଟା କରିଥିଲେ । ହେଲେ ବିଫଳ ହେଉଥିଲେ । କିନ୍ତୁ ତିନି 4 ବର୍ଷ ପୂର୍ବେ ପାକିସ୍ତାନୀ ୟୁଟ୍ୟୁବର ନାସିର ଧିଲୋନଙ୍କ ସହାୟତା ସିକା ଭାଇ ସାଦିକଙ୍କ ସହ ପୁନର୍ବାର ମିଳିନ ପାଇଁ ସକ୍ଷମ ହୋଇଥିଲେ। କରତାରପୁର କରିଡରରେ ହୋଇଥିଲା ଦୁଇ ଭାଇଙ୍କ ମହାମିଳନ ।
ପାକିସ୍ତାନୀ କୃଷକ ତଥା ରିଅଲ ଇଷ୍ଟେଟ ଏଜେଣ୍ଟ ଧିଲନ କହିଛନ୍ତି ଯେ ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 300 ପରିବାରକୁ ଏକାଠି କରିବାରେ ସଫଳ ହୋଇଛନ୍ତି ।












Click it and Unblock the Notifications