ବ୍ରିଟେନରେ ରହୁଥିବା ଭାରତୀୟ ଦମ୍ପତିଙ୍କୁ ୩୩ ବର୍ଷ ଜେଲ ଦଣ୍ଡ
ନୂଆଦିଲ୍ଲୀ: ବ୍ରିଟେନରେ ରହୁଥିବା ଜଣେ ଭାରତୀୟ ମୂଳ ଦମ୍ପତି କୋକେନ ଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନେ ଅଷ୍ଟ୍ରେଲିଆରୁ ଅଧ ଟନରୁ ଅଧିକ ନିଶା ଔଷଧ ପଠାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଗଭୀର ତଦନ୍ତ ପରେ ଜଣାପଡିଛି ଯେ ଏହି ଦମ୍ପତି ଏକ କମ୍ପାନୀ ସହିତ ଜଡିତ ଅଛନ୍ତି । ଏହି କମ୍ପାନୀ ମାଧ୍ୟମ ରେ ସେ ଏକ ଧାତୁ ଟୁଲବାକ୍ସ ମାଧ୍ୟମରେ ବିମାନରେ ଅଷ୍ଟ୍ରେଲିଆକୁ କୋକେନ ପରିବହନ କରିଥିଲେ ।
ଏହି ଗମ୍ଭୀର ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ପ୍ରତ୍ୟାର୍ପଣ କରିବାକୁ ଦାବି କରିଛନ୍ତି ଭାରତ ସରକାର । ବ୍ରିଟେନରୁ ଅଭିଯୁକ୍ତକୁ ପ୍ରତ୍ୟାର୍ପଣ କରିବାକୁ ଭାରତ ଦାବି କରିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଗୁଜୁରାଟ ରେ ତାଙ୍କ ପୋଷ୍ୟ ପୁତ୍ରକୁ ହତ୍ୟା ଅଭିଯୋଗରେ ସରକାର ପ୍ରତ୍ୟାର୍ପଣ ଦାବି କରିଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଦମ୍ପତିଙ୍କୁ ପ୍ରତ୍ୟେକଙ୍କୁ ୩୩ ବର୍ଷ ଲେଖାଏଁ ଦଣ୍ଡିତ କରାଯାଇଛି ।

ତଦନ୍ତକାରୀ ସଂସ୍ତା ଗତ ସୋମବାର ଏକ ବିବୃତ୍ତିରେ କହିଛି ଯେ ୨୦୨୧ ମସିହାରେ ଅଷ୍ଟ୍ରେଲିଆ ବର୍ଡର ଫୋର୍ସ ସେମାନଙ୍କ ନିକଟରୁ ୫୭ ମିଲିୟନ ପାଉଣ୍ଡ ମୂଲ୍ୟର କୋକେନ ଧରିଥିଲା । ତଦନ୍ତ ସମୟ ରେ, ଏନସିଏ ଅଧିକାରୀ ମାନେ ସେମାନେ ଭଲିଙ୍ଗରେ ରହୁଥିବା ଜାଣିବାକୁ ପାଇଥିଲେ ଯେଉଁମାନେ ଭାରତୀୟ ବଂଶୋଦ୍ଭବ ଅଟନ୍ତି । ଅଭିଯୁକ୍ତ ଦମ୍ପତି ଆରତୀ ଧୀର ଏବଂ କାୱାଲଜିତ ସିଂ ରାଇଜଡା ବୋଲି ଜଣାପଡିଛି ।
ଆରତୀ ଙ୍କ ବୟସ ୫୯ ବର୍ଷ ହୋଇଥିବା ବେଳେ କାୱାଲଜିତଙ୍କୁ ୩୫ ବର୍ଷ ବୋଲି କୁହାଯାଉଛି । ଯେହେତୁ ଧୀର ଏବଂ ରାଇଜଡା କହିଛନ୍ତି ଯେ ଏହି ପ୍ରସଙ୍ଗରେ ସେମାନଙ୍କର କୌଣସି ସମ୍ପର୍କ ନାହିଁ । ସୋମବାର ସାଉଥୱାର୍କ କ୍ରାଉନ୍ କୋର୍ଟରେ ଶୁଣାଣି ପରେ ବିଚାରପତିଙ୍କ ଜଣିକିଆ ଖଣ୍ଡପୀଠ ତାଙ୍କୁ ବେଆଇନ ରପ୍ତାନି ଏବଂ ଅର୍ଥ ହେରଫେର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।












Click it and Unblock the Notifications