ପାକିସ୍ତାନୀ ବ୍ୟକ୍ତିଙ୍କୁ ଏଭଳି ଭାବେ ଉଦ୍ଧାର କଲେ ଭାରତୀୟ ନୌସେନା
cଚିକିତ୍ସା ସହାୟତା ପ୍ରଦାନ କରିଛି। ଓମାନ ଉପକୂଳରେ ଏକ ମାଛ ଧରିବା ଜାହାଜରେ ଆହତ ପାକିସ୍ତାନୀ କ୍ରୁ ସଦସ୍ୟଙ୍କୁ ତୁରନ୍ତ ଜରୁରୀ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ଖବରମୁତାବକ, ଶୁକ୍ରବାର ଦିନ ଇରାନୀ ଜାହାଜ ଅଲ୍ ଓମିଦରୁ ଏକ ସୂଚନା ପାଇଥିଲେ ଭାରତୀୟ ନୌସେନା ।
ଯାହା ପରେ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଚିକିତ୍ସା ପାଇଁ ଭାରତୀୟ ନୌସେନା ତାଙ୍କ ଜାହାଜର ଗତିପଥ ବଦଳାଇ ଥିଲେ । ଓମାନ ଉପକୂଳରେ ପାକିସ୍ତାନୀ ମତ୍ସ୍ୟଜୀବୀ ମାଛ ଧରୁଥିବା ଜାହାଜରେ ଅଘଟଣ ଘଟିଥିଲା । ଏହାର ଇଞ୍ଜିନରେ କାମ କରୁଥିବା ସମୟରେ ସେ ଆହତ ହୋଇଥିଲେ । ତାଙ୍କ ଆଙ୍ଗୁଠିରେ ଶକ୍ତ ଆଘାତ ଲାଗିଥିଲା । ହାଡ ଭାଙ୍ଗି ତାଙ୍କ ହାତରୁ ରକ୍ତ ବହିବାକୁ ଲାଗିଥିଲା । ଜାହାଜରେ ରେହମାନ ହାଞ୍ଜିଆଙ୍କ ଦଳରେ ୧୧ଜଣ ପାକିସ୍ତାନୀ ଥିଲେ ।

ଏମାନଙ୍କ ସମେତ ୯ଜଣ ବେଲୁଚିସ୍ତାନ, ୨ ଜଣ ସିନ୍ଧ ପ୍ରଦେଶ ଏବଂ ୫ଜଣ ଇରାନର କର୍ମଚାରୀ ଥିଲେ । ଫଳରେ ଜାହାଜରେ INS ତ୍ରିକାଣ୍ଡର ଚିକିତ୍ସା ଅଧିକାରୀ, ସାମୁଦ୍ରିକ କମାଣ୍ଡୋ (MARCOS) ଏବଂ ବୋର୍ଡିଂ ଟିମ୍ ମିଶି ପାକିସ୍ତାନୀଙ୍କ ଚିକିତ୍ସା କରିଥିଲେ ।












Click it and Unblock the Notifications