ଜଳଦସ୍ୟୁଙ୍କ କବଳରୁ ୧୫ ଭାରତୀୟଙ୍କୁ ଉଦ୍ଧାର କଲା ନୌସେନା କମାଣ୍ଡୋ
ଭାରତୀୟ ନୌସେନା ସୋମାଲିଆରୁ ଅପହରଣ ହୋଇଥିବା 'MV LILA NORFOLK' ମାଲବାହୀ ଜାହାଜରେ ଥିବା ସମସ୍ତ ୨୧ ଜଣ କର୍ମଚାରୀଙ୍କୁ ( ୧୫ ଜଣ ଭାରତୀୟଙ୍କୁ) ନିରାପଦରେ ସ୍ଥାନାନ୍ତର କରିଛି । ନୌସେନାର ମାର୍କୋସ କମାଣ୍ଡୋମାନେ ଜାହାଜରେ ଖୋଜାଖୋଜି କରିଛନ୍ତି । ଏଥି ସହିତ, ଡକାୟତମାନେ ଆଉ ଜାହାଜରେ ପାଇଲେ ନାହିଁ ।
ଜଳଦସ୍ୟୁଙ୍କ କବଳରୁ ୧୫ ଭାରତୀୟଙ୍କୁ ସୁରକ୍ଷିତ ଭାବେ ନୌସେନା କମାଣ୍ଡୋ ଉଦ୍ଧାର କରିଛନ୍ତି । ସୋମାଲିଆ ଉପକୂଳରୁ 'MV LILA NORFOLK' ମାଲବାହୀ ଜାହାଜକୁ ଆଜି ଅପହରଣ କରାଯାଇଥିଲା।
ଏହା ପରେ ନୌସେନାର ସ୍ୱତନ୍ତ୍ର ମାରିନ କମାଣ୍ଡୋ ବା ମାର୍କୋସ ଅପରେସନ ଆରମ୍ଭ କରିଥିଲେ। ସେମାନେ ଜାହାଜ ମଧ୍ୟରେ ପ୍ରବେଶ କରିଥିଲେ । ଆଉ ଏହାପରେ ପ୍ରଥମେ ପଣବନ୍ଦୀ ହୋଇ ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିଥିଲେ ।

ନୌସେନାର ମୁଖପାତ୍ର କହିଛନ୍ତି ଯେ ଆରବ ସାଗରରେ ଘଟିଥିବା ଏହି ସାମୁଦ୍ରିକ ଘଟଣାରେ ଭାରତୀୟ ନୌସେନା ଶୀଘ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହା ଏକ ମାଲବାହୀ ଜାହାଜ ଯାହା ବ୍ରାଜିଲରୁ ବହାରେନକୁ ଯାଉଥିଲା । କିନ୍ତୁ ସୋମାଲିଆ ଉପକୂଳରୁ ୩୦୦ ମାଇଲ ଦୂରରେ ଜଳଦସ୍ୟୁମାନେ ଏହାକୁ କବଜା କରି ନେଇଥିଲେ। ଏହି ଜାହାଜ ମଧ୍ୟରେ ୧୫ ଜଣ ଭାରତୀୟ ରହିଥିଲେ ।












Click it and Unblock the Notifications