ନୌସେନା ଦିବସ : କଣ ରହିଛି ଥିମ୍, କାହିଁକି ପାଳନ ହୁଏ ଏହି ଦିବସ ?
ନୌସେନା ଦିବସ : କଣ ରହିଛି ଥିମ୍, କାହିଁକି ପାଳନ ହୁଏ ଏହି ଦିବସ ?
ଭୁବନେଶ୍ୱର: ଆଜି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ରେ ନୌସେନା ଦିବସ ପାଳନ କରାଯାଏ। ସୈନ୍ୟବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ପାଇଁ ଏହି ବିଶେଷ ଦିନ ପାଳନ କରିଥାଏ। ୧୯୭୧ ମସିହା ଡିସେମ୍ବର ୩ରେ ପାକିସ୍ତାନୀ ସେନା ଭାରତୀୟ ବାୟୁସୀମା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା। ସେତବେଳର ପୂର୍ବ ପାକିସ୍ତାନ ଯାହା ଏବେ ବାଂଲାଦେଶ ନାମରେ ନାମିତ, ତାଉପରେ ହମଲା ପାଇଁ ବିହ୍ୱ ରଚନା କଲେ ନୌ-ସୈନିକ । ତେବେ 'ଅପରେସନ ଟ୍ରାଇଡେଣ୍ଟ' ଜରିଆରେ କରାଚୀ ନୌସେନା ଉପରେ ହମଲା କରିଥିଲା ଭାରତ ।

ପ୍ରଥମଥର ପାଇଁ ଆଣ୍ଟି ସିପ୍ ମିସାଇଲ୍ରୁ ହୋଇଥିଲା ଆକ୍ରମଣ । ଯାହା ଦ୍ୱାରା ପାକିସ୍ତାନର କିଛି ଜାହାଜ ଓ ତେଲ ଡିପୋ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଆଡମିରାଲ ଏସ୍.ନନ୍ଦାଙ୍କ ନେତୃତ୍ବରେ ଚାଲିଥିଲା ୯୦ ଘଣ୍ଟାର ମାରାଥନ୍ ଅପରେସନ । ଏହାର ଲେଲିହାନ ଶିଖା ଜଳପଥରେ ୬୦ କିଲୋମିଟର ଯାଏ ବି ଦିଶୁଥିଲା । ତେଣୁ ୧୯୭୧ ଡିସେମ୍ବର ୪ରେ ଭାରତୀୟ ନୌସେନା ଦେଶକୁ ଦେଇଥିବା ଏହି ବିଜୟର ଇତିହାସକୁ ମନେପକାଇବା ପାଇଁ ପ୍ରତିବର୍ଷ ଏହି ଦିନରେ ପାଳନ ହୁଏ ଜାତୀୟ ନୌସେନା ଦିବସ ।
ଆଜି ନୌସେନା ଦିବସରେ ଆଡମିରାଲ ଆର୍ ହରି କୁମାରଙ୍କ, ସିଡିଏସ୍ ଜେନେରାଲ ଅନିଲ ଚୌହାନ, ଆଇଏଏଫ୍ ପ୍ରମୁଖ ଏୟାର ଚିଫ୍ ମାର୍ଶଲ ବି.ଆର୍ ଚୌଧୁରୀ ଏବଂ ଭାଇସ୍ ଆର୍ମି ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ବି.ଏସ ରାଜୁ ଉପସ୍ଥିତ ରହି ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ନୌସେନା ଦିବସର ବିଷୟବସ୍ତୁ ହେଉଛି "ସ୍ୱର୍ଣ୍ଣିମ ବିଜୟ ବର୍ଷ"। ସ୍ୱର୍ଣ୍ଣିମ ବିଜୟ ବର୍ଷର ଅର୍ଥ ହେଉଛି ବର୍ଷର ଏକ ବଡ଼ ବିଜୟ ଯାହାକୁ ଆମେ ପାକିସ୍ତାନ ବିପକ୍ଷରେ ପାଇଥିଲୁ। ୧୬୧୨ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା ହୋଇଥିଲା।












Click it and Unblock the Notifications