Get Updates
Get notified of breaking news, exclusive insights, and must-see stories!

ମହାକାଶର 30 କିମି ଉପରେ ଉଡିଲା ତ୍ରିରଙ୍ଗା, ଦେଖନ୍ତୁ

ମହାକାଶରେ ମଧ୍ୟ ତ୍ରିରଙ୍ଗା ଉଡିଥିବା ଦେଖିବାକୁ ମିଳିଛି । ଏହି ତ୍ରିରଙ୍ଗାକୁ ଏକ ସାଟେଲାଇଟ୍‌ ଉଡାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀ: ଦେଶ ପାଳିଛି 76 ତମ ସ୍ବାଧୀନତା ଦିବସ। ହର ଘର ତ୍ରିରଙ୍ଗା ଅଭିଯାନରେ ଗାଁରୁ ସହର ପ୍ରତ୍ୟେକ ଘରେ ଶୋଭାପାଇଛି ଦେଶର ପ୍ରତୀକ ତ୍ରିରଙ୍ଗା ପତାକା । କାଶ୍ମୀରରୁ କନ୍ୟାକୁମାରୀ ବରଫ ପାହାଡଠୁ ନେଇ ଗଭୀର ଜଳ ସବୁ ସ୍ଥାନ ହୋଇଛି ତ୍ରିରଙ୍ଗାମୟ। ଏଥିସହ ମହାକାଶରେ ମଧ୍ୟ ତ୍ରିରଙ୍ଗା ଉଡିଥିବା ଦେଖିବାକୁ ମିଳିଛି । ଏହି ତ୍ରିରଙ୍ଗାକୁ ଏକ ସାଟେଲାଇଟ୍‌ ଉଡାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

flag

ଦେଶରେ ସ୍ବାଧିନତାର ଗାରିମା ବଖାଣିବା ପାଇଁ ପୃଥିବୀ ଠାରୁ 30 କିଲୋମିଟର ଉଚ୍ଚତାରେ ଉଡିଛି ତ୍ରିରଙ୍ଗା ପତାକା । ସ୍ପେସ କିଡ୍‌ଜ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ଜାତୀୟ ପତାକା ଉଡାଇ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ଏନେଇ ସ୍ପେସ କିଡ୍‌ଜ ଇଣ୍ଡିଆ କହିଛି ଯେ, ''ଏହା ସେହି ସ୍ବତନ୍ତ୍ରତା ସେନାନୀଙ୍କୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳିର ପ୍ରତୀକ ଯେଉଁମାନେ କି ଭାରତକୁ ଗୌରାବାନ୍ବିତ କରିବା ସହିତ ମହାନ୍‌ କରାଇଛନ୍ତି । ଏହା ସହିତ ଯେଉଁମାନେ ଦେଶକୁ ସୁରକ୍ଷା ଦେବା ପାଇଁ ପ୍ରତିଦିନ କଠୋର ପରିଶ୍ରମ କରୁଛନ୍ତି ସେମାନଙ୍କ ପାଇଁ ଏହା ଉତ୍ସର୍ଗୀକୃତ ।''


ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରି ମଧ୍ୟ ଆଜି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଭାରତୀୟ ପତାକାର ଏକ ଫଟୋ ଅପଲୋଡ୍ କରିଛନ୍ତି। "ଭାରତୀୟ ସ୍ୱାଧୀନତା ପୂର୍ବସନ୍ଧ୍ୟାରେ ମୋତେ ଭାରତୀୟଙ୍କ ବିଷୟରେ ମନେ ପକାଯାଇଛି ଯେ ମୁଁ @Space_Station ଦେଖିପାରୁଛି ଯେଉଁଠାରେ ମୋର ପିତା ରହୁଥିବା ହାଇଦ୍ରାବାଦ ସ୍ଥିତ ଘର ଉଜ୍ଜ୍ୱଳ ଦିଶୁଛି । @nasa କେବଳ ଗୋଟିଏ ସ୍ଥାନ ଭାରତୀୟ ଆମେରିକୀୟମାନେ ପ୍ରତିଦିନ ଏକ ପରିବର୍ତ୍ତିତ ହୋଇଥାନ୍ତି @IndianEmbassyUS ଉତ୍ସବକୁ ଅପେକ୍ଷା କରିଛି ବୋଲି ସେ ଏକ ଟ୍ୱିଟ୍ ରେ କହିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+