Get Updates
Get notified of breaking news, exclusive insights, and must-see stories!

ସିଜେଆଇଙ୍କ ବଡ଼ ବୟାନ, ନ୍ୟାୟିକ ବ୍ୟବସ୍ଥା ଉପରେ ଏଭଳି କିଛି କହିଦେଲେ.....

ଭାରତର ନ୍ୟାୟିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଆହ୍ବାନ ରହିଥିବାରୁ ସେଗୁଡିକୁ ସୁଧାରିବା ଜରୁରୀ ହୋଇପଡିଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର.ଗଭାଇ କହିଛନ୍ତି। ଶନିବାର ହାଇଦରାବାଦସ୍ଥିତ ନଲ୍‌ସାର ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ଜଷ୍ଟିସ ଗଭାଇ ଆହୁରି କହିଛନ୍ତି ଯେ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାବେଳେ ବର୍ଷ ବର୍ଷ ଧରି ଶୁଣାଣି ପ୍ରକ୍ରିୟା ଜାରି ରହୁଛି।

CJI Gavai

ତେଣୁ ତ୍ବରିତ ନ୍ୟାୟ ପାଇଁ ଆମକୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡିବ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇନଥିବା ବିଚାରାଧୀନ କଏଦୀ ଅଯଥାରେ ଦୀର୍ଘ ସମୟ ଧରି ଜେଲରେ ରହୁଥିବାରୁ ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକଙ୍କ ବିଶ୍ବାସ ତୁଟିଯାଉଥିବା ସେ କହିଛନ୍ତି। ଆଇନ ବିଦ୍ୟାରେ ଅଧିକ ଜ୍ଞାନ ଆହରଣ କରିବାକୁ ବିଦେଶ ଯିବା ନିମନ୍ତେ ଜଷ୍ଟିସ ଗଭାଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଓ ସୁପ୍ରିମକୋର୍ଟ ବିଚାରପତି ପି.ଏସ.ନରସିଂହା ମଧ୍ୟ ଉପସ୍ଥିତ ଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+