ବାଂଲାଦେଶରେ ହିନ୍ଦୁ ନେତା ଚିନ୍ମୟ ପ୍ରଭୁ ଗିରଫ,ଭାରତ ସରକାର କହିଲେ...

ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଥିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ସେ ବାଂଲାଦେଶରେ ହେଉଥିବା ହିନ୍ଦୁ ବିରୋଧୀ ହିଂସାକୁ କ୍ରମାଗତ ଭାବେ ବିରୋଧ କରିବା ସହ ନିକଟରେ ହିନ୍ଦୁଙ୍କ ସପକ୍ଷରେ ସେ ଏକ ରାଲି ମଧ୍ୟ କରିଥିଲେ।

ତେବେ ବାଂଲାଦେଶରୁ ପ୍ରକାଶ ରିପୋର୍ଟ ଅନୁସାରେ ତାଙ୍କୁ ଦେଶଦ୍ରୋହ ମାମଲାରେ ଢାକା ଏୟାରପୋର୍ଟରୁ ପୁଲିସ ଉଠାଇ ନେଇଛି। ଦେଶରେ ଗିରଫ କରାଯିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତ ସରକାର। ଏଥିସହ ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ(ହିନ୍ଦୁ)ଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବାଂଲାଦେଶରେ ଏବେ ଶାସନ କରୁଥିବା ସରକାରଙ୍କୁ କହିଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ "ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଓ ଜାମିନ ଖାରଜ ଘଟଣାକୁ ନେଇ ଆମେ ବେଶ ଚିନ୍ତିତ। ଏହାକୁ ଆମେ ବେଶ ଗୁରୁତ୍ୱର ସହ ନେଇଛୁ। ଏହି ଘଟଣା ପରେ ବାଂଲାଦେଶରେ ରହୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ଉପରେ ବିଦ୍ରୋହୀଙ୍କ ଆକ୍ରମଣ ବଢ଼ି ଚାଲିଛି।

ସଂଖ୍ୟାଲଘୁଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାରୁ ଲୁଟ କରାଯାଇଛି। ସେମାନଙ୍କ ପ୍ରତିଷ୍ଠାନରେ ପୋଡ଼ାଜଳ କରାଯାଇଥିବା ରିପୋର୍ଟ ମିଳିଛି। ମନ୍ଦିର ଓ ଭଗବାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ମଧ୍ୟ ବିକୃତ କରାଯାଇଛି। ଆକ୍ରମଣକାରୀମାନେ ମୁକ୍ତ ଭାବେ ବୁଲୁଥିବା ବେଳେ ମାମଲା ଗୋଟିଏ ଧାର୍ମିକ ନେତାଙ୍କ ବିରୋଧରେ ଲଗାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା।"

ନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ବିରୋଧ କରି ହିନ୍ଦୁମାନେ କରୁଥିବା ବିକ୍ଷୋଭ ଉପରେ କରାଯାଇଥିବା ଆକ୍ରମଣ ଘଟଣାକୁ ନେଇ ମଧ୍ୟ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି। ମନ୍ତ୍ରଣାଳୟ କହିଛି ଯେ "ଆମେ ବାଂଲାଦେଶର ଅଧିକାରୀମାନଙ୍କୁ ସମସ୍ତ ହିନ୍ଦୁ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ନିବେଦନ କରୁଛୁ। ସେହିପରି ସେଠାକାର ଅଧିକାରୀମାନେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ବାକ ସ୍ୱାଧୀନତା ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ମଧ୍ୟ ଚାପି ଦେବାକୁ ଚେଷ୍ଟା ନ କରନ୍ତୁ।"

ISKCON monk Chinmoy Krishna Das

ବାଂଲାଦେଶ ପୁଲିସ ସୋମବାର ଢାକାର ହଜରତ ଶାହାଜାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଗୋଟିଏ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+