ପାକିସ୍ତାନକୁ ଭାରତ ସରାରକାରଙ୍କ ଦାବି, ହାଫିଜଙ୍କୁ ଆମକୁ ପ୍ରତ୍ୟର୍ପଣ କର, ପାକ୍ ମିଡ଼ିଆର ଦାବି....

ଦିଲ୍ଲୀ:ଲଶ୍କର-ଏ-ତୋଇବା ମୁୂଖ୍ୟ ତଥା ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ପାକିସ୍ତାନ ସରକାରଙ୍କ ନିକଟରେ ଏକ ସରକାରୀ ଦାବି କରିଛନ୍ତି । ସଇଦଙ୍କୁ ଭାରତ ଆଣିବା ପାଇଁ ଭାରତ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରୁଥିବା ନେଇ ଦାବି କରାଯାଉଛି । ପାକ ଗଣମାଧ୍ୟମ ଏକ ବଡ ଦାବି କରି କହିଛି ଯେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀ ହାଫିଜ ସଇଦଙ୍କୁ ଭାରତ ସରକାରଙ୍କୁ ହସ୍ତାନ୍ତର କରିବାକୁ କହିଛନ୍ତି ।

ଇସଲାମାବାଦ ପୋଷ୍ଟର ଦାବି ଅନୁଯାୟୀ, 'ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ଆନୁଷ୍ଠାନିକ ଭାବେ ପାକିସ୍ତାନକୁ ଅନୁରୋଧ କରିଛନ୍ତି ।' ସେହି ଖବର କାଗଜ କୂଟନୈତିକ ସୂତ୍ରରୁ କହିଛି ଯେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଏକ ସରକାରୀ ଅନୁରୋଧ ଗ୍ରହଣ କରିଛି । ସଇଦଙ୍କ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି ।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଭାରତର ଦାବିକୁ ନିଶ୍ଚିତ କରିନାହିଁ କିମ୍ବା ଏହାକୁ ଅସ୍ବୀକାର କରି ନାହିଁ। ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ପ୍ରତ୍ୟର୍ପଣ ଚୁକ୍ତି ନାହିଁ। ପାକିସ୍ତାନୀ ବିଶ୍ଳେଷକ ତଥା ବରିଷ୍ଠ ଖବରଦାତା ଏଜାଜ ସଇଦଙ୍କ ଅନୁଯାୟୀ, ନିର୍ବାଚନ ପୂର୍ବରୁ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ ପାଇଁ ପାକିସ୍ତାନ କୌଣସି ପଦକ୍ଷେପ ନେବାର ସମ୍ଭାବନା ନାହିଁ। ସେ ଦାବି କରିଛନ୍ତି ହାଫିଜ ସଇଦ ବର୍ତ୍ତମାନ ଜେଲରେ ଅଛନ୍ତି। ଏଜାଜ କହିଛନ୍ତି ପାକିସ୍ତାନ ନିର୍ବାଚନରେ ହାଫିଜ ସଇଦଙ୍କର ପ୍ରଭାବ ପଡିପାରେ।

hafiz-saeed

ଅନ୍ୟପଟେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ସଇଦଙ୍କ ଦ୍ୱାରା ଗଠିତ ଏକ ନୂତନ ରାଜନୈତିକ ଦଳ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ସଇଦଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଦଳ ର ନାଁ ପାକିସ୍ତାନ ମାର୍କାଜୀ ମୁସଲିମ୍ ଲିଗ୍ (ପିଏମଏମଏଲ) ଦଳ । ସୁଚନାନୁସାରେ, ହାଫିଜ ସଇଦଙ୍କ ଏକ ନୂତନ ରାଜନୈତିକ ସଂଗଠନ ଫେବୃଆରୀ ୮ ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଅଧିକାଂଶ ଜାତୀୟ ତଥା ପ୍ରାଦେଶିକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି ।

ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା(ଏଲଇଟି) ର ପ୍ରତିଷ୍ଠାତା ସୟିଦ୍ ନିଷିଦ୍ଧ ଜମାତ-ଉଦ-ଦାୱା ସହ ଜଡିତ ଆତଙ୍କବାଦୀ ଆôର୍ଥକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୯ ରୁ ଅନ୍ୟ କେତେକ ନେତାଙ୍କ ସହ ଜେଲରେ ଅଛନ୍ତି । ସୟିଦ ପାକିସ୍ତାନ ମାର୍କାଜୀ ମୁସଲିମ ଲିଗ (ପିଏମଏମଏଲ) ନାମକ ଏକ ଅଲଗା ରାଜନୈତିକ ଦଳ ଗଠନ କରିଛନ୍ତି । (ପିଏମଏମଏଲ)ର ନିର୍ବାଚନ ପ୍ରତୀକ ହେଉଛି 'ଚେୟାର' ।

ହାଫିଜ ସଇଦଙ୍କ ପୁଅ ତାଲହ ସହିଦ ଲାହୋରର ଏନଏ-୧୨୭ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସୁଚନାନୁସାରେ, ହାଫିଜ ସଇଦଙ୍କ ଏକ ନୂତନ ରାଜନୈତିକ ସଂଗଠନ ଫେବୃଆରୀ ୮ ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଅଧିକାଂଶ ଜାତୀୟ ତଥା ପ୍ରାଦେଶିକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+