Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନ ସରକାରୀ ସମାଚାର ଚ୍ୟାନେଲ ‘ଏସିୟା ୱାନ୍_ନ୍ୟୁଜ୍' ଉପରେ ପ୍ରତିବନ୍ଧକ ଲଗାଇଲେ ଭାରତ ସରକାର

ପାକିସ୍ତାନ ସରକାରୀ ସମାଚାର ଚ୍ୟାନେଲ 'ଏସିୟା ୱାନ୍_ନ୍ୟୁଜ୍'ର ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତ ସରକାର ବ୍ଲକ କରିଦେଇଛନ୍ତି। ଭାରତ ବିରୋଧୀ ଅପପ୍ରଚାର ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମେ ୨୦୨୫ରେ ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ପରେ ଆରମ୍ଭ ହୋଇଥିବା ଭାରତ-ପାକିସ୍ତାନ ସଂଘର୍ଷ ବାଦେ ଏସିୟା ୱାନ୍ କୁ ପାକିସ୍ତାନର ସୂଚନା ଯୁଦ୍ଧର ଅଂଶ ମନେ କରାଯାଉଥିଲା ଓ ଏହାକୁ ଭୁଲ ସୂଚନା ପ୍ରସାର ପାଇଁ ଉପଯୋଗ କରାଯାଉଥିଲା। ଏହାର ସାମ୍ବାଦିକ ନିୟମିତ ଭାରତ ବିରୋଧୀ ଭୁଲ ସୂଚନା ପ୍ରସାରଣ କରୁଥିଲେ।

l Asia One News

ନିକଟରେ ଚ୍ୟାନେଲର ଏକ ରିପୋର୍ଟର ତଥ୍ୟ କୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଯାଞ୍ଚକରିଥିଲା। ଏହି ଚ୍ୟାନେଲ ନିଜକୁ ପାକିସ୍ତାନର ପ୍ରଥମ ଉପଗ୍ରହ ଆଧାରିତ ବୈଶ୍ୱିକ 'ଇଂରାଜୀ' ସମାଚାର ନେଟୱାର୍କ ବୋଲି ଦାବି କରୁଛି, ହେଲେ ଏଥିରେ ବିଦେଶୀ ଆଙ୍କରଙ୍କୁ ବ୍ୟବହାର କରାଯାଉଛି ଓ କତାରର ଅଲ-ଜଜିରା ଏବଂ ତୁର୍କିର ଟିଆରଟି ୱାର୍ଲଡ ଭଳି ଏଡିଟିଂ ନିର୍ମାଣ ଶୈଳୀ ଆପଣଉଛି। ଭାରତୀୟ ସୁରକ୍ଷା ବିଶେଷଜ୍ଞ ଓ ମିଡିଆ ରିପୋର୍ଟ ଏହି ଚ୍ୟାନେଲକୁ ପାକିସ୍ତାନୀ ସାମରିକ ସଂସ୍ଥା ଯେଉଁଥିରେ ଆଇଏସଆଇ ଓ ଏହାର ମିଡିଆ ଶାଖା ଆଇଏସପିଆର ମଧ୍ୟ ସାମିଲ ଅଛି।

ଆରମ୍ଭ ପରଠାରୁ ଏସିୟା ୱାନରେ ଭାରତରେ ଅପରେସନ ସିନ୍ଦୂର, ଜମ୍ମୁ ଓ କାଶ୍ମୀର, ସୀମାପାର ଆତଙ୍କବାଦ ଓ ଦ୍ୱିପାକ୍ଷୀୟ ସମ୍ବଦ୍ଧ ସମ୍ପର୍କିତ ଖବରକୁ ମୋଡି ମକଚି ଉପସ୍ଥାପନ କରିବା ସହ ପାକିସ୍ତାନୀ ସେନାର ଦୃଷ୍ଟିକୋଣକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ହୋଇ ଆସୁଛି। ତେବେ ଭାରତ ଦ୍ୱାରା ଲଗାଯାଇଥିବା କଟକଣା ପୂର୍ବରୁ ନିଆଯାଇଥିବା ପଦକ୍ଷେପର ଅନୁସରଣ କରୁଛି। ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ଓ ଅପରେସନ ସିନ୍ଦୂର ପରେ ଭାରତ ଭୁଲ ସୂଚନା ପ୍ରସାରଣ ପାଇଁ ୧୨ରୁ ଅଧିକ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଓ ଅନେକ ପାକିସ୍ତାନୀ ସାମ୍ବାଦିକଙ୍କ ଉପରେ କଟକଣା ଜାରି କରିଥିଲା। ଏହି କଟକଣା ଏବେବି ବଳବତ୍ତର ରହିଛି।

ଚଳିତମାସ ପ୍ରାରମ୍ଭରେ ଇସ୍ଲାମାବାଦସ୍ଥିତ ଏକ ପାକିସ୍ତାନୀ ଆତଙ୍କବାଦ ବିରୋଧୀ କୋର୍ଟ ଅନେକ ଜଣାଶୁଣା ସାମ୍ବାଦିକ ଓ ଟିପ୍ପଣୀକାରଙ୍କ ସମେତ ୭ ଜଣଙ୍କୁ ସେମାନଙ୍କ ଅନୁପସ୍ଥିତିରେ ଦୋହରା ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ମେ ୨୦୨୩ରେ ହୋଇଥିବା ଦଙ୍ଗା ସମ୍ବଦ୍ଧିତ ଅନଲାଇନ ଗତିବିଦ୍ଧି ସମ୍ପର୍କରେ 'ଡିଜିଟାଲ ଆତଙ୍କବାଦ', ହିଂସାକୁ ଉସକାଇବା ଓ ରାଜ୍ୟ ବିରୋଧରେ ଯୁଦ୍ଧ ଭଳି କାର୍ଯ୍ୟ ସମ୍ପର୍କିତ।

ଯେଉଁମାନଙ୍କୁ ଦଣ୍ଡିତ କରାଯାଇଛି ସେମାନଙ୍କ ମଧ୍ୟରେ ସାମ୍ବାଦିକ ସାବିର ଶାକିର, ସାହୀନ ଶହବାଈ, ମୋଇଦ ପୀରଜାଦା ଏବଂ ୱଜାହତ ସଈଦ ଖାନଙ୍କ ସହିତ ୟୁଟ୍ୟୁବର ଆଦିଲ ରାଜା, କମେଣ୍ଟେଟର ହାଇଦର ରଜା ମେହଦୀ ଓ ଅବସର ପ୍ରାପ୍ତ ସେନା ଅଧିକାରୀ ଅକବର ହୁସୈନ ଆଦି ଅଛନ୍ତି। କୁହାଯାଉଛି ଏମାନେ ସମସ୍ତେ ବିଦେଶରେ ରହନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଜରିମନା ମଧ୍ୟ କରାଯାଇଛି ଓ ଜରିମନା ଅନାଦେୟ ସ୍ଥଳେ ସେମାନଙ୍କୁ ଅତିରିକ୍ତ ଦଣ୍ଡାଦେଶ ମଧ୍ୟ ହୋଇଛି।

ତେବେ ମାନବାଧିକାର ସମୂହ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରି ଏହାକୁ ପ୍ରେସ୍ ସ୍ୱାଧୀନତା ଉପରେ ପ୍ରହାର ବୋଲି କହିଛନ୍ତି। କାରଣ ପାକିସ୍ତାନରେ ଅସହମତି ବିରୋଧରେ ଆତଙ୍କବାଦ ବିରୋଧୀ ଆଇନର ଉପଯୋଗ ନେଇ ଏବେବି ଚିନ୍ତା ଲାଗି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+